କେନ୍ଦ୍ରମନ୍ତ୍ରୀ ଆଂଶିକ ସତ କହୁଛନ୍ତି: ପ୍ରତାପ

କେନ୍ଦ୍ରମନ୍ତ୍ରୀ ଆଂଶିକ ସତ କହୁଛନ୍ତି: ପ୍ରତାପ

କେନ୍ଦ୍ରମନ୍ତ୍ରୀ ଆଂଶିକ ସତ କହୁଛନ୍ତି: ପ୍ରତାପ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଂଶିକ ସତ କହୁଛନ୍ତି ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି । କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟ ରଖିବା ପରେ ବିଧାୟକ ପ୍ରତାପ ଦେବ ନିଜ ପ୍ରତିକ୍ରିୟା ରଖି ଏହା କହିଛନ୍ତି । ସେ କହିଛନ୍ତି ଯେ, କୃଷି ଆଇନରେ ଏମଏସପି ପ୍ରତିଶ୍ରୁତି ଥିଲେ କାହା ମନରେ ସନେ୍ଦହ ରହିନଥାନ୍ତା । ହେଲେ ଆଇନରେ ଏମଏସପି ନେଇ କିଛି ବ୍ୟବସ୍ଥା ନାହିଁ । ମଧ୍ୟସ୍ଥି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯାହା କହୁଛନ୍ତି, ଆଂଶିକ ସତ କହୁଛନ୍ତି । ଏଥିରେ କ୍ଷୁଦ୍ର ମଧ୍ୟସ୍ଥି ବଦଳରେ ବଡ଼ ବଡ଼ କର୍ପୋରେଟ ମଧ୍ୟସ୍ଥି ଆସିବେ । କଣ୍ଟ୍ରାକ୍ଟ ଫାର୍ମିଂରେ ବଡ଼ ବଡ଼ କର୍ପୋରେଟ ସଂସ୍ଥା ଲାଭବାନ ହେବେ ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି । ପ୍ରକାଶ ଯେ, ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନରେ କେବଳ କୃଷକମାନେ ହିଁ ଉପକୃତ ହେବେ । ନୂଆ କୃଷି ଆଇନ ଦ୍ୱାରା ଉପôାଦନ, ଷ୍ଟୋରେଜ ଓ ମାର୍କେଟିଂ ବ୍ୟବସ୍ଥାରେ ସୁଧାର ଆସିବ । ୭୦ ବର୍ଷ ତଳେ ଯେଉଁ ବ୍ୟବସ୍ଥା ଥିଲା ସେଥିରେ ପରିବର୍ତ୍ତନ ଆସିବ । ଏପିଓ ଲାଗୁ ହେବ, ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ ହେବ । ଯେଉଁ ପର୍ଯ୍ୟନ୍ତ ମୋଦୀ ପ୍ରଧାନମନ୍ତ୍ରୀ ଅଛନ୍ତି ଏମଏସପି ବନ୍ଦ ହେବନାହିଁ । କୃଷି ଭିତ୍ତିଭୂମିର ବିକାଶ ପାଇଁ ୧ ଲକ୍ଷ କୋଟିର ବ୍ୟୟ ଅଟକଳ ହୋଇଛି । ମାତ୍ର ୨୬ଟି ସାମଗ୍ରୀ ଉପରେ ଏମଏସପି ବ୍ୟବସ୍ଥା ରହିଛି । ଯେଉଁ ସାମଗ୍ରୀ ପାଇଁ ଏମଏସପି ନାହିଁ, ସେସବୁ ପାଇଁ ବଜାର ଦରକାର । ଏଥିପାଇଁ ସରକାର କୃଷି ଆଇନରେ ସାଂସ୍କାର ଆଣିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ।