କେତେ ଟଙ୍କାରେ ନାଜାଲ ଭ୍ୟାକ୍ସିନ ବିକ୍ରି କରିବ କମ୍ପାନୀ ଜାଣନ୍ତୁ

କେତେ ଟଙ୍କାରେ ନାଜାଲ ଭ୍ୟାକ୍ସିନ ବିକ୍ରି କରିବ କମ୍ପାନୀ ଜାଣନ୍ତୁ

କେତେ ଟଙ୍କାରେ ନାଜାଲ ଭ୍ୟାକ୍ସିନ ବିକ୍ରି କରିବ  କମ୍ପାନୀ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‌ ଦ୍ୱାରା ବିକଶିତ ପ୍ରଥମ ଇଣ୍ଟ୍ରାନାଜାଲ କୋଭିଡ୍‌ ଭାକ୍ସିନ୍‌ ‘ଇନ୍‌କୋଭାକ୍‌’ ଆସନ୍ତା ୨୬ ତାରିଖରୁ ଲୋକଙ୍କୁ ଦିଆଯିବ। ଏହି ଟିକାକୁ ନାକ ଜରିଆରେ ନିଆଯିବ । ଭୋପାଳରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ (ଆଇଆଇଏସ୍‌ଏଫ୍‌)ରେ କମ୍ପାନୀ ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଣା ଇଲ୍ଲା ଏହି ସୂଚନା ଦେଇଛନ୍ତି ।

ଏଥିସହ ଗାଈଗୋରୁଙ୍କଠାରେ ହେଉଥିବା ଲମ୍ଫି ରୋଗ ପାଇଁ ମଧ୍ୟ ଆସନ୍ତା ମାସରେ ଟିକା ଆସିଯିବ ବୋଲି ସେ କହିଛନ୍ତି । ଗତ ଡିସେମ୍ବରରେ ଭାରତ ବାୟୋଟେକ୍‌ ଏହାର ଇଣ୍ଟ୍ରାନାଜାଲ ଭାକ୍ସିନ୍‌ର ମୂଲ୍ୟ ଘୋଷଣା କରିଥିଲା । ଭାରତ ସରକାର ଏହାକୁ ୩୨୫ ଟଙ୍କା ଏବଂ ଘରୋଇ ଟିକାକରଣ କେନ୍ଦ୍ର ୮୦୦ ଟଙ୍କାରେ କିଣିବେ ବୋଲି କମ୍ପାନୀ କହିଥିଲା ।