କରୋନା ଭଳି ମହାଭାରୀ ସମୟରେ କେନ୍ଦ୍ର ଉପରେ ତୁରନ୍ତ ଆର୍ଥିକ ବୋଝ ଲଦିବାକୁ ଚାହିଁନୁ : ନବୀନ

କରୋନା ଭଳି ମହାଭାରୀ ସମୟରେ କେନ୍ଦ୍ର ଉପରେ ତୁରନ୍ତ ଆର୍ଥିକ ବୋଝ ଲଦିବାକୁ ଚାହିଁନୁ : ନବୀନ

କରୋନା ଭଳି ମହାଭାରୀ ସମୟରେ କେନ୍ଦ୍ର ଉପରେ ତୁରନ୍ତ ଆର୍ଥିକ ବୋଝ ଲଦିବାକୁ ଚାହିଁନୁ : ନବୀନ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ବାତ୍ୟା ‘ୟଶ’ ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ବ୍ୟତୀତ ତୁରନ୍ତ କୌଣସି ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି କରିନଥିଲେ । ତେବେ ବୈଠକ ପରେ ଆର୍ଥିକ ସହାୟତା ନମାଗିବାର କାରଣ ସମ୍ପର୍କରେ କହିଛନ୍ତି ନବୀନ ପଟ୍ଟନାୟକ । ଏନେଇ ଟ୍ୱିଟ କରି ନବୀନ କହିଛନ୍ତି ଯେ, କରୋନା ମହାମାରୀ ଦୃଷ୍ଟିରୁ ରାଜ୍ୟ ସରକାର ବାତ୍ୟା ନେଇ ତୁରନ୍ତ ଆର୍ଥିକ ସହାୟତା ମାଗିନାହାନ୍ତି । କରୋନା ଭଳି ମହାଭାରୀ ସମୟରେ କେନ୍ଦ୍ର ଉପରେ ତୁରନ୍ତ ଆର୍ଥିକ ବୋଝ ଲଦିବାକୁ ଚାହିଁନୁ । ଯାହା ଏବେ ଦରକାର ତାହା ଆମେ ମ୍ୟାନେଜ କରିନେବୁ ବୋଲି ନବୀନ ଟ୍ୱିଟ ଯୋଗେ ଦର୍ଶାଇଛନ୍ତି । ପ୍ରକାଶ ଯେ, ମୋଦୀଙ୍କ ସମୀକ୍ଷା ବୈଠକରେ ଓଡ଼ିଶାର ଦାବି ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀନ ଜେନା ସୂଚନା ଦେଇ କହିଥିଲେ ଯେ, ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି । ବିଶେଷ କରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦୁ୍ୟତ ବ୍ୟବସ୍ଥା ଦାବି କରାଯାଇଛି । ଉନ୍ନତ ଟେକ୍ନୋଲୋଜି ଓ ଅଣ୍ଡର ଗ୍ରାଉଡ କେବୁଲିଂ ବ୍ୟବସ୍ଥା ପାଇଁ ଦାବି କରାଯାଇଛି । ଉପକୂଳ ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଛି । ୭/୮ ମିଟର ପର୍ଯ୍ୟନ୍ତ ଜୁଆର ଉଠୁଥିବାରୁ ତାର ବ୍ୟବସ୍ଥା କରାଯିବାକୁ କୁହାଯାଇଛି । ଏହି ଦୁଇ କାର୍ଯ୍ୟ ପାଇଁ ଭାରତ ସରକାରଙ୍କ ସହାୟତା ପାଇଁ ଦାବି କରାଯାଇଛି । ବର୍ତ୍ତମାନର ବାତ୍ୟା ନେଇ କିଛି ଆର୍ଥିକ ସହାୟତା ଦାବି କରାଯାଇନାହିଁ । ଯାହା ଏବେ ଦରକାର ଆମେ ତାକୁ ମ୍ୟାନେଜ କରିନେବୁ । ଆଗାମୀ ୭ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବୁ ବୋଲି ଏସଆରସି ଶ୍ରୀ କହିଥିଲେ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ବାତ୍ୟା ‘ୟଶ’ ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିବା ପରେ ବାତ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି । ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକେପ୍ଟରରେ ମୋଦୀ ଆକାଶ ମାର୍ଗରୁ ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଭଦ୍ରକ ଓ ବାଲେଶ୍ୱରର ସ୍ଥିତି ପରିଦର୍ଶନ କରୁଛନ୍ତି । ତେବେ ବାତ୍ୟାଞ୍ଚଳ ବୁଲି ଦେଖିବା ପରେ ମୋଦୀ ସନ୍ଧ୍ୟା ସୁଦ୍ଧା ଓଡ଼ିଶା ପାଇଁ ଆର୍ଥିକ ସହାୟତା ଘୋଷଣା କରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ଏହାଛଡ଼ା ସମୀକ୍ଷା ବୈଠରେ ରାଜ୍ୟ ସରକାର ବିପର୍ଯ୍ୟୟର ସ୍ଥାୟୀ ସମାଧାନ ସହ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଦାବି କରିଥିଲେ । ତେବେ ଓଡ଼ିଶା ସହ ପୂରା କେନ୍ଦ୍ର ସରକାର ଅଛନ୍ତି ବୋଲି ମୋଦୀ କହିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।