କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୨୧୧୦ ଜଣ ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୨୧୧୦ ଜଣ ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୨୧୧୦ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । କିନ୍ତୁ ପ୍ରତିଦିନ ସଂକ୍ରମଣ ସଂଖ୍ୟା ତଳ ଉପର ହେଉଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଛି । ଏହା ମଧ୍ୟରେ ଆଜି ପୁଣି ୨୧୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୩୧ ଓ ସ୍ଥାନୀୟ ଅଞ୍ଚଳରୁ ୮୯୭ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୭ ହଜାର ୮୫୯ ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୨୦ହଜାର ୬୪୬ ରହିଥିବା ବେଳେ ୨୨ ହଜାର ୨୯୯ ଜଣ ଚିକିତ୍ସିତ ହେଉଛନ୍ତି । 

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୬ଜଣ, ବାଲେଶ୍ୱରରୁ ୧୬୮ଜଣ, ବରଗଡ଼ରୁ ୧୪ଜଣ, ଭଦ୍ରକରୁ ୭୯ଜଣ, ବଲାଙ୍ଗୀରରୁ ୧୩ଜଣ, ବୌଦ୍ଧରୁ ୧୬ଜଣ, କଟକରୁ ୩୨୩ଜଣ, ଦେବଗଡ଼ରୁ ୫ଜଣ, ଢେଙ୍କାନାଳରୁ ୩୫ଜଣ, ଗଜପତିରୁ ୧୧ଜଣ, ଗଞ୍ଜାମରୁ ୧୬ ଜଣ, ଜଗତସିଂହପୁରରୁ ୬୭ ଜଣ, ଯାଜପୁରରୁ ୯୨ ଜଣ, ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୭ ଜଣ, କନ୍ଧମାଳରୁ ୧୨ ଜଣ, କେନ୍ଦ୍ରାପଡ଼ାରୁ ୧୩୨ଜଣ, କେଉଁଝରରୁ ୬୬ ଜଣ, ଖୋର୍ଦ୍ଧାରୁ ୪୫୮ ଜଣ, କୋରାପୁଟରୁ ୧୯ଜଣ, ମାଲକାନଗିରିରୁ ୨୨ଜଣ, ମୟୁରଭଞ୍ଜରୁ ୯୯ ଜଣ, ନବରଙ୍ଗପୁରରୁ ୧୦ ଜଣ, ନୟାଗଡ଼ରୁ ୭୪ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୧୧୩ ଜଣ, ରାୟଗଡ଼ାରୁ ୨୯ଜଣ, ସମ୍ୱଲପୁରରୁ ୧୯ଜଣ, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୬୨ ଓ ଷ୍ଟେଟ ପୁଲରୁ ୮୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।