କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୧୯୩୦ ଜଣ ପଜିଟିଭ ଚିହ୍ନଟ
କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୧୯୩୦ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ଗତ ମାସ ୧୪ ତାରିଖରୁ ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଥିବା ବେଳେ ୨ ହଜାର ତଳକୁ ଖସିବା ପାଇଁ ୨୮ ଦିନ ଲାଗିଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଛି । ଏହା ମଧ୍ୟରେ ଆଜି ପୁଣି ୧୯୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧୧୭ ଓ ସ୍ଥାନୀୟ ଅଞ୍ଚଳରୁ ୮୧୩ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୩ ହଜାର ୬୭୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୧୫ ହଜାର ୪୦୦ ରହିଥିବା ବେଳେ ୨୩ ହଜାର ୪୯୨ ଜଣ ଚିକିତ୍ସିତ ହେଉଛନ୍ତି ।
୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୦ଜଣ, ବାଲେଶ୍ୱରରୁ ୧୩୪ଜଣ, ବରଗଡ଼ରୁ ୧୨ଜଣ, ଭଦ୍ରକରୁ ୯୮ଜଣ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ୩ଜଣ, କଟକରୁ ୨୨୦ଜଣ, ଦେବଗଡ଼ରୁ ୬ଜଣ, ଢେଙ୍କାନାଳରୁ ୬୨ଜଣ, ଗଜପତିରୁ ୪ଜଣ, ଗଞ୍ଜାମରୁ ୧୭ଜଣ, ଜଗତସିଂହପୁରରୁ ୭୫ ଜଣ, ଯାଜପୁରରୁ ୧୨୫ ଜଣ, ଝାରସୁଗୁଡ଼ାରୁ ୧୬ ଜଣ, କଳାହାଣ୍ଡିରୁ ୭ଜଣ, କନ୍ଧମାଳରୁ ୨୭ ଜଣ, କେନ୍ଦ୍ରାପଡ଼ାରୁ ୧୨୩ଜଣ, କେଉଁଝରରୁ ୪୮ ଜଣ, ଖୋର୍ଦ୍ଧାରୁ ୪୩୧ଜଣ, କୋରାପୁଟରୁ ୧୪ଜଣ, ମାଲକାନଗିରିରୁ ୨୮ଜଣ, ମୟୁରଭଞ୍ଜରୁ ୯୮ଜଣ, ନବରଙ୍ଗପୁରରୁ ୫ଜଣ, ନୟାଗଡ଼ରୁ ୫୮ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୨୭ଜଣ, ରାୟଗଡ଼ାରୁ ୩୮ଜଣ, ସମ୍ୱଲପୁରରୁ ୨୫ଜଣ, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୯୮ ଓ ଷ୍ଟେଟ ପୁଲରୁ ୭୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।