କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୫୭ ଜଣଙ୍କ ମୁଣ୍ଡ ନେଲା କରୋନା

କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୫୭ ଜଣଙ୍କ ମୁଣ୍ଡ ନେଲା କରୋନା

କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୫୭ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁ‌ବନେଶ୍ବର : ରାଜ୍ୟରେ ଆଜି  ଦିନକରେ ୫୯ ଜଣ କରୋନାରେ ପ୍ରାଣ ହରାଇଥିବା‌ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି, ଯାହାକି ଆଜି ପର୍ଯ୍ୟନ୍ତ ସର୍ବାଧିକ ଦୈନିକ ମୃତ୍ୟୁ ସଂଖ୍ୟା । ରାଜ୍ୟରେ ଆହୁରି ଶତାଧିକ ‌ମୃତ୍ୟୁର ସମୀକ୍ଷା ଜାରି ରହିଥିବାରୁ ଦୈନିକ ସଂଖ୍ୟାରେ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଚଳିତମାସ ଶେଷ ସୁଦ୍ଧା କୋଭିଡ ମୃତ୍ୟୁର ସମୀକ୍ଷା କାର୍ଯ୍ୟ ଶେଷ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ରାଜ୍ୟରେ ଏ ପର୍ଯ୍ୟନ୍ତ ୪୩୫୮ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି । ଖୋର୍ଧାରେ ସର୍ବାଧିକ ୭୧୦ଜଣଙ୍କ କରୋନାରେ ଜୀବନ ଯାଇଛି। ରାଜ୍ୟର କେସ୍ ଫାଟାଲିଟି ରେଟ୍ ବା ସିଏଫ୍‌ଆର୍‌ ୦.୪୬ ପ୍ରତିଶତ ରହିଛି। ଆଜି ଘୋଷଣା ହୋଇଥିବା ୫୯ ମୃତକଙ୍କ ମଧ୍ୟରେ ଖୋର୍ଧାରୁ ସର୍ବାଧିକ ୧୦, ବରଗଡ଼, ‌ଢେଙ୍କାନାଳ, ପୁରୀରେ ୫ ଲେଖାଏଁ, ସୁନ୍ଦରଗଡ଼, ରାୟଗଡ଼ା, ନୟାଗଡ଼, ଗଞ୍ଜାମରେ ୪ ଲେଖାଏଁ, ନବରଙ୍ଗପୁର, କେନ୍ଦ୍ରାପଡ଼ା, କଳାହାଣ୍ଡିରେ ୩ ଲେଖାଏଁ, କଟକ, ଯାଜପୁର, ମୟୂରଭଞ୍ଜରେ ୨ ଲେଖାଏଁ, କୋରାପୁଟ, ଜଗତସିଂହପୁର ଓ ଅନୁଗୁଳରେ ଜଣେ ଲେଖାଏଁ ପ୍ରାଣ ହରାଇଥିବା ସୂଚନା ଦିଆଯାଇଛି ।