କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୮ ହଜାର ୮୩୯ ଜଣ ପଜିଟିଭ୍ ଚିହ୍ନଟ
କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୮ ହଜାର ୮୩୯ ଜଣ ପଜିଟିଭ୍ ଚିହ୍ନଟ
admin
Jun 3, 2021 - 04:51
Updated: Jun 3, 2021 - 04:51
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ ମାଡି ମାଡି ଚାଲିଛି । ରାଜ୍ୟରେ ଆଜି ୮ ହଜାର ୮୩୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆମ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଲାଗୁ କରାଯାଇଛି । ସଟଡାଉନ ଆଗରୁ ଓଡିଶାରେ ଲାଗିଯାଇଥିଲା ନାଇଟକର୍ଫୁ୍ୟ । ତଥାପି ଆମ ରାଜ୍ୟର କିଛି ଅମାନିଆଙ୍କ ଯୋଗୁଁ କରୋନା ସକଂମଣ ବଢି ଚଲିଛି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି ।
ରାଜ୍ୟରେ ୮,୮୩୯ ମଧ୍ୟରୁ କ୍ୱାରେଂଟିନରୁ ୪୯୪୮ ଲୋକାଲ କେସରୁ ୩୮୯୧ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୧୨୩୫ ପଜିଟିଭ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି-୧୭୯ , କଟକ-୭୬୯, ଅନୁଗୁଳ-୪୧୪, ନୂଆପଡା -୩୪, ସମ୍ବଲପୁର-୧୯୪, ଝାରସୁଗୁଡା-୧୨୧ , ପୁରୀ-୪୩୮, ବରଗଡ-୧୯୩, ନବରଙ୍ଗପୁର-୨୧୯, ବାଲେଶ୍ୱର-୩୯୫, ସୁନ୍ଦରଗଡ-୩୩୮, ସୁବର୍ଣ୍ଣପୁର-୧୧୮ , ବଲାଙ୍ଗିର-୮୯ , ଷ୍ଟେଟପୁଲ-୨୦୦, ଗଞ୍ଜାମ-୧୯୬, ମୟୂରଭଞ୍ଜ-୫୮୩, କେନ୍ଦୁଝର-୧୮୮, କୋରାପୁଟ-୯୯, ଭଦ୍ରକ-୪୧୯, ଯାଜପୁର-୪୯୩, ନୟାଗଡ-୨୪୬ , ରାୟଗଡା-୨୧୬, ୫୩୨, ଜଗତସିଂହପୁର-୩୧୭, ଗଜପତି-୫୨, କେନ୍ଦ୍ରାପଡା-୩୦୨, ବୌଦ୍ଧ-୧୭୯, କନ୍ଧମାଳ-୫୮, ଢେଙ୍କାନାଳ-୫୧୦, ଓ ମାଲକାନଗିରି-୮୫ ଓ ଦେବଗଡ-୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୦ ହଜାର ୯୭୦ କୁ ବୃଦ୍ଧି ପାଇଛି । ରାଜ୍ୟରେ ୨୪ ଘଂଟାରେ ୭୦,୧୭୮ ଟେଷ୍ଟିଂ ହୋଇଥିବା ସୂଚନା ମିିଳିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।