କଂଗ୍ରେସ ଭବନରେ ବୋମାମାଡ଼

କଂଗ୍ରେସ ଭବନରେ ବୋମାମାଡ଼

କଂଗ୍ରେସ ଭବନରେ ବୋମାମାଡ଼

ଭୁବନେଶ୍ୱର: କଂଗ୍ରେସ ଭବନରେ ହୋଇଛି ବୋମାମାଡ଼।  ଗୋଷ୍ଠୀ କନ୍ଦଳକୁ ନେଇ ଶନିବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଶନିବାର ସନ୍ଧ୍ୟାରେ ଦୁର୍ଗା ମାଧବ ମହଲା ନାମକ ଜଣେ ଯୁବକକୁ କଂଗ୍ରେସ ଭବନ ସାମ୍ନାରେ ଆକ୍ରମଣ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଶନିବାର ଅଲ୍ ଇଣ୍ଡିଆ ଛାତ୍ର କଂଗ୍ରେସ ଉପସ୍ଥିତିରେ ହୋଇଥିଲା ହଟ୍ଟଗୋଳ । ଛାତ୍ର ଓ ଯୁବ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ।

କିଏ ଏହି ପେଟ୍ରୋଲ ବୋମା ଫିଙ୍ଗିଛି, ତାହା ଜଣାପଡ଼ି ନଥିବା ବେଳେ ଗୋଷ୍ଠୀକନ୍ଦଳ ଯୋଗୁଁ ଏହା ଘଟିଥିବା କୁହାଯାଉଛି। ପେଟ୍ରୋଲ ବୋମା ମାଡ଼ରେ କଂଗ୍ରେସ ଭବନର କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ତେବେ ପେଟ୍ରୋଲ ବୋମା ମାଡ଼ରେ ନିକଟରେ ଥିବା ଗଛରେ ନିଆଁ ଲାଗି ଯାଇଥିଲା।

ଘଟଣା ସଂପର୍କରେ ଖବର ପାଇ ପୁଲିସ୍ ସେଠାରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ ବି ଆସି ସେଠାରେ ପହଞ୍ଚି ନିଆଁ ଲିଭାଇ ଥିଲେ।