ଓଡ଼ିଶା କ୍ରିକେଟର ନୂଆ ମୁଖ୍ୟ କୋଚ୍‌ କିଏ ହେବେ ଜାଣନ୍ତୁ

ଓଡ଼ିଶା କ୍ରିକେଟର ନୂଆ ମୁଖ୍ୟ କୋଚ୍‌ କିଏ ହେବେ ଜାଣନ୍ତୁ

ଓଡ଼ିଶା କ୍ରିକେଟର ନୂଆ ମୁଖ୍ୟ କୋଚ୍‌ କିଏ ହେବେ ଜାଣନ୍ତୁ

କଟକ: ଓଡ଼ିଶା କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ପଦରୁ ପୂର୍ବତନ କ୍ରିକେଟର ୱାସିମ୍‌ ଜାଫର୍‌ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ଗ୍ରହଣ କରିଛି । ବାଂଲାଦେଶ କ୍ରିକେଟ ବୋର୍ଡର ଏକ ପ୍ରମୁଖ ପଦବିରେ ସେ ଯୋଗ ଦେଇଥିବାରୁ ଓସିଏର ହାତ ଛାଡ଼ିଛନ୍ତି । ୱାସିମ୍‌ଙ୍କ ସ୍ଥାନରେ ଆସନ୍ତା ସିଜନ ୨୦୨୨-୨୩ ପାଇଁ ଓଡ଼ିଶା ସିନିୟର ଦଳର ମୁଖ୍ୟ କୋଚ୍‌ ଭୂମିକା ନିର୍ବାହ କରିବେ ଆର୍‌.ଶ୍ରୀକାନ୍ତ ।

୨୦୨୧ ଜୁଲାଇ ୨୩ତାରିଖରେ ଅନ୍ତର୍ଜାତୀୟ କ୍ରିକେଟର ୱାସିମ ଜାଫର ଓଡ଼ିଶା କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ଦଳ ବିସିସିଆଇ ଘରୋଇ ପ୍ରତିଯୋଗିତାରେ ସେମିତି କିଛି ଆଖିଦୃଶିଆ ସଫଳତା ହାସଲ କରିପାରିନାହିଁ । ଗତ କିଛି ଦିନ ଧରି ସେ ଓସିଏ ଛାଡ଼ିବେ ବୋଲି ସୂଚନା ମିଳିଥିଲା ।

ତାଙ୍କ ସ୍ଥାନରେ ଓସିଏ ତରଫରୁ ଆର୍‌. ଶ୍ରୀକାନ୍ତଙ୍କୁ ମୁଖ୍ୟ କୋଚ୍‌ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ଏବେ ଓଡ଼ିଶା କ୍ରିକେଟ ଏକାଡ଼େମୀର ବୈଷୟିକ ନିର୍ଦ୍ଦେଶକ ଦାୟିତ୍ୱ ନିର୍ବାହ କରୁଛନ୍ତି । ଅତିରିକ୍ତ ଭାବେ ତାଙ୍କୁ ଓଡ଼ିଶା ସିନିୟର ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ କରାଯାଇଥିବା ଓସିଏ ତରଫରୁ ସୂଚନା ଦିଆଯାଇଛି । ଶ୍ରୀକାନ୍ତ ପୂର୍ବରୁ ଓଡ଼ିଶା କ୍ରିକେଟ ଦଳରୁ ରଣଜୀ ଟ୍ରଫି ଖେଳିଛନ୍ତି । ଏହାସହ ଗତ ୨୦ବର୍ଷ ଧରି କ୍ରିକେଟ ପ୍ରଶିକ୍ଷଣ କ୍ଷେତ୍ରରେ ନିଜସ୍ୱ ପରିଚୟ ହାସଲ କରିଛନ୍ତି ।