ଓଡିଶା ଆସିବ ବିଜୁ ବାବୁଙ୍କ ଡାକୋଟା

ଓଡିଶା ଆସିବ ବିଜୁ ବାବୁଙ୍କ ଡାକୋଟା

ଓଡିଶା ଆସିବ ବିଜୁ ବାବୁଙ୍କ ଡାକୋଟା
ଭୁବନେଶ୍ୱର - ବିଜୁ ବାବୁଙ୍କ ପ୍ରିୟ ବିମାନ ଡାକୋଟାକୁ ରାଜ୍ୟ ସରକାର ଓଡ଼ିଶାକୁ ଫେରାଇ ଆଣିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଡାକୋଟା କିପରି ଯଥା ସମ୍ଭବ ଶୀଘ୍ର ଓଡ଼ିଶା ଫେରିବ ସେଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଏଏଆଇ ରାଜ୍ୟ ସରକାରଙ୍କୁ ଏନେଇ ସହଯୋଗ କରିବା ସହ ଆବଶ୍ୟକ ଅନୁମତି ଦେବାକୁ କୁହାଯାଇଛି। ରାଜ୍ୟ ସରକାର କୋଲକାତାରେ ଥିବା ଡାକୋଟା ବିମାନ ଡିସି-୩ (ଭିଟି-ଏୟୁଆଇ)କୁ କିଣିକି ଆଣିବାକୁ ରାଜି ଅଛନ୍ତି ବୋଲି ଏଏଆଇ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଏହି ଡାକୋଟା ବିମାନକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯିବ।