ଓଡ଼ିଶା ଫେରିବ ବହୁ ପ୍ରତିକ୍ଷୀତ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ
ଓଡ଼ିଶା ଫେରିବ ବହୁ ପ୍ରତିକ୍ଷୀତ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ
ଭୁବନେଶ୍ବର: ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବ ବହୁ ପ୍ରତିକ୍ଷୀତ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ। କଲକାତାର ନେତାଜୀ ସୁଭାଷଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ରହିଥିବା ଏହି ଡାକୋଟା ବିମାନ ଏବେ ଖୋଲା ଯାଉଛି (ଡିସମେଣ୍ଟାଲିଂ)। ୧୨ ତାରିଖରେ ଏହା ଦୁଇଟି ବଡ଼ବଡ଼ ଟ୍ରକରେ କଲକାତାରୁ ଓଡ଼ିଶା ଅଭିମୁଖେ ଯାତ୍ରା କରିବ। ଏଥିପାଇଁ ପୁଲିସ ଡିଜି ଓ ପରିବହନ ବିଭାଗ ସଚିବ ବିମାନ ଆସିବାକୁ ଥିବା ଜାତୀୟ ରାଜପଥର ସମସ୍ତ ଅଧିକାରୀମାନଙ୍କୁ ସଜାଗ କରି ଦେଇଛନ୍ତି। ଦୁଇ ବର୍ଷ ପୂର୍ବେ ବିଜୁ ପଟ୍ଟନାୟକଙ୍କ ଏହି ବିମାନକୁ ଓଡ଼ିଶା ଆଣିବା ପାଇଁ ବେସାମରିକ ବିମାନ ଚଳାଚଳ ବିଭାଗକୁ ଚିଠି କରିଥିଲେ ରାଜ୍ୟ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ।
ଏବେ ଉଦ୍ୟମ ସଫଳ ହେବାକୁ ଯାଉଛି। ବିମାନକୁ ଖୋଲା ଯାଇ ବଡ଼ବଡ଼ ଟ୍ରକ ଦୁଇଟିରେ ଜାତୀୟ ରାଜପଥରେ ଭୁବନେଶ୍ବର ଅଣାଯିବ। ସେଠାରେ ପୁଣି ପୂର୍ବବତ ଯୋଡ଼ା ଯାଇ ସମ୍ପୂର୍ଣ୍ଣ ବିମାନକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ।




admin 