ଓଜେଏସ ପରୀକ୍ଷା ଫଳ ପ୍ରକାଶିତ
ଓଜେଏସ ପରୀକ୍ଷା ଫଳ ପ୍ରକାଶିତ
ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ଓଡ଼ିଶା ଜୁଡ଼ିସିଆଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଗତକାଲି ଓଜେଏସ ପ୍ରିଲିମନାରୀ ପରୀକ୍ଷା ଫଳ ବାହାରିଛି । ପରୀକ୍ଷାରେ ୮୬୪ ଜଣ ପ୍ରାର୍ଥୀ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗରେ ଏହି ତାଲିକା ପ୍ରକାଶିତ ହୋଇଛି ।
ଯୋଗ୍ୟ ବିବେଚିତ ୮୬୪ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୪୬୯ ଜଣ ମହିଳା ରହିଛନ୍ତି । ୨୦୨୧ରେ ୫୩ ସିଭିଲ ଜଜ ପଦବୀ ପୂରଣ ନିମନ୍ତେ ମାର୍ଚ୍ଚ ୨୭ରେ ଏହି ପରୀକ୍ଷା ହୋଇଥିଲା । ଆସନ୍ତା ଜୁନ ମାସ ଦ୍ୱିତୀୟ ସପ୍ତାହରେ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ।




admin 