ଏହିଦିନଠୁ ସିଟିଇଟି ପରୀକ୍ଷା ପାଇଁ ଆବେଦନ ଆରମ୍ଭ

ଏହିଦିନଠୁ ସିଟିଇଟି ପରୀକ୍ଷା ପାଇଁ ଆବେଦନ ଆରମ୍ଭ

ଏହିଦିନଠୁ ସିଟିଇଟି ପରୀକ୍ଷା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ବାରା ପରିଚାଳିତ କେନ୍ଦ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା(ସିଟିଇଟି) ଆସନ୍ତା‌ ଡିସେମ୍ବରରୁ ୨୦୨୩ ଜାନୁଆରି ମଧ୍ୟରେ ଅନୁଷ୍ଠିତ ହେବ। କେଉଁ ଦିନ ପରୀକ୍ଷା ହେବ ସେନେଇ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡରେ ଉଲ୍ଲେଖ ହୋଇଛି। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି-ଅନ୍‌ଲାଇନ୍‌) ମାଧ୍ୟମରେ ହେବାକୁ ଥିବା ପରୀକ୍ଷା, ସିଲାବସ୍‌, ଭାଷା, ଯୋଗ୍ୟତା, ପରୀକ୍ଷା ଫି, ପରୀକ୍ଷା ହେବାକୁ ଥିବା ସହର, ପ୍ରମୁଖ ତାରିଖ ସମ୍ପର୍କରେ ସିଟିଇଟି ୱେବସାଇଟ୍‌ରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ।

ଏହି ପରୀକ୍ଷା‌ ଲାଗି ଅକ୍ଟୋବର ୩୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ, ଯାହାକି ନଭେମ୍ବର ୨୪ ଯାଏ ଚାଲିବ। ନଭେମ୍ବର ୨୫ ଅପରାହ୍ଣ ୩ଟା ୩୦ ସୁଦ୍ଧା ଫି’ ଦାଖଲ କରିପାରିବେ। ଆବେଦନ କରିବା ପୂର୍ବରୁ ୱେବସାଇଟ୍‌ରେ ଉପଲବ୍ଧ ଥିବା ଇନ୍‌ଫର୍ମେସନ ବୁଲେଟିନ୍‌କୁ ଭଲ ଭାବେ ପଢ଼ିବାକୁ ଆଶାୟୀଙ୍କୁ ପରାମର୍ଶ ଦିଆଯାଇଛି। ଆହୁରି କୁହାଯାଇଛି ଯେ ‌ସହରରେ ଉପଲବ୍ଧ ସିଟ୍‌ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଆଲଟ୍‌ କରାଯିବ। ତେଣୁ ଯେଉଁମାନେ ପ୍ରଥ‌ମେ ଯେଉଁ ସହର ଲାଗି ଆବେଦନ କରିବେ ସେମାନେ ସମ୍ପୃକ୍ତ ସହରରେ ହିଁ ପରୀକ୍ଷା ଦେବେ। କେଉଁ ସହରରେ କେତେ ସିଟ୍‌ ଉପଲବ୍ଧ ରହିଛି ତାହା ଉକ୍ତ ପୋର୍ଟାଲରେ ଉପଲବ୍ଧ ରହିଛି। ଆବେଦନ ପ୍ରକ୍ରିୟା ଚାଲିଥିବା ବେଳେ ଯଦି ଗୋଟିଏ ସହରର ସିଟ୍‌ ପୂରଣ ହୋଇଯିବ ତେବେ ପ୍ରାର୍ଥୀ ଅନ୍ୟ ସହରକୁ ଚୟନ କରିପାରିବେ।