ଏହି ଉପାୟରେ ହଟାନ୍ତୁ ଘା’ ଦାଗ

ଏହି ଉପାୟରେ ହଟାନ୍ତୁ ଘା’ ଦାଗ

ଏହି ଉପାୟରେ ହଟାନ୍ତୁ ଘା’ ଦାଗ
ଛୋଟବେଳେ ଖେଳୁଥିବା ସମୟରେ ସମସ୍ତଙ୍କର ଛୋଟ ବଡ଼ ଖଣ୍ଡିଆ ହୋଇଥାଏ । ସେ ଖଣ୍ଡିଆ ବି ଆପେ ଆପେ ଭଲ ହୋଇଯାଇଥାଏ । କିନ୍ତୁ ଏପରି କିଛି ଖଣ୍ଡିଆ ହୋଇଥାଏ ଯାହା ଭଲ ତ ହୋଇଯାଇଥାଏ । ହେଲେ ତା’ର ଦାଗ ରହିଯାଇଥାଏ । ଏପରି କିଛି ଦାଗ ମୁହଁରେ ଥିଲେ ତାହା ମୁହଁକୁ ଅସୁନ୍ଦର କରି ଦିଏ । ଏପରି ଦାଗ ଯୋଗୁଁ ବହୁବାର ଅପଦସ୍ତ ହେବାକୁ ବି ପଡ଼ିଥାଏ । ଏହି ଦାଗକୁ ହଟାଇବା ପାଇଁ ଆମେ ବିଭିନ୍ନ ପ୍ରକାର ପ୍ରସାଧାନ ସାମଗ୍ରୀ ବ୍ୟବହାର କରିଥାଉ । ହେଲେ ଏପରି ଦାଗ କିନ୍ତୁ ଯାଇନଥାଏ । ଘରୋଇ ଉପଚାରରେ କିନ୍ତୁ ଏପରି ଦାଗକୁ ହଟାଯାଇପାରେ । କିଛି ଘରୋଇ ଉପଚାରରେ ଦାଗ ହଟିଯାଇଥାଏ ହେଲେ କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖାଯାଇନଥାଏ । ତେବେ ଜାଣିବା ଉକ୍ତ ଘରୋଇ ଉପଚାର ବିଷୟରେ । - ମହୁ ଯେଉଁ କୌଣସି ଦାଗ ହଟାଇବାରେ ସହାୟକ ହୋଇଥାଏ । ଦୁଇ ଚାମଚ ମହୁରେ ଦୁଇ ଚାମଚ ବେକିଂ ସୋଢ଼ା ମିଶାଇ ଦିଅନ୍ତୁ । ଏବେ ଦାଗ ଥିବା ସ୍ଥାନରେ ଲଗାନ୍ତୁ । ଏହାକୁ ୩ ମିନିଟ ରଖିବା ପରେ ଏକ କପଡ଼ାକୁ ଗରମ ପାଣିରେ ବୁଡ଼ାଇ ତାହାକୁ ଭଲ ଭାବରେ ଚିପୁଡ଼ି ତାହାକୁ ଦାଗ ସ୍ଥାନରେ ରଖନ୍ତୁ । କପଡ଼ାର ଗରମ ଅଂଶ ଶେଷ ହୋଇଗଲା ପରେ ଦାଗକୁ ସଫା କରି ନିଅନ୍ତୁ । ଏପରି ପ୍ରତିଦିନ କରିବା ଦ୍ୱାରା ଦାଗ ଧୀରେ ଧୀରେ ଗାଏବ ହୋଇଯିବ । - ମୁହଁରେ କୌଣସି ଆଘାତ ଚିହ୍ନ ଥିଲେ ପିଆଜ ରସରେ ଏହାକୁ ଦୂର କରନ୍ତୁ । ପିଆଜର ରସକୁ ଆଘାତ ଚିହ୍ନରେ ଲଗାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ । ପରେ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ । କିଛି ଦିନ ଏପରି ପିଆଜ ରସ ଲଗାଇଲେ ଚିହ୍ନ ଉଭେଇ ଯିବ । - ଲମ୍ବୁ ରସ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ । ଲମ୍ବୁ ରସ ପ୍ରାକୃତିକ ବ୍ଲିଚର କାମ କରିଥାଏ । ଯଦ୍ୱାରା ଦାଗ ସହଜରେ ହଟିଯାଇଥାଏ । ଲମ୍ବୁ ରସରେ ତୁଳା ବୁଡ଼ାଇ ଉକ୍ତ ତୁଳାକୁ ଦାଗ ସ୍ଥାନରେ ଘଷନ୍ତୁ । ୧୦ ମିନିଟ ଏପରି କରିବା ପରେ ଲେମ୍ବୁ ରସକୁ ଦାଗ ଉପରେ ଲଗାନ୍ତୁ । ପରେ ପାଣିରେ ଏହାକୁ ଧୋଇ ଦିଅନ୍ତୁ । କିଛି ଦିନ ପର୍ଯ୍ୟନ୍ତ ଏପରି କରିବା ଦ୍ୱାରା ପୁରୁଣା ଦାଗ ହଟିଯିବ । - ପୁରୁଣା ଦାଗ ହଟାଇବା ପାଇଁ ଆମଲା ନିଅନ୍ତୁ । ସେଥିରେ ଜସ୍ମିନ ତେଲ ମିଶାଇ ଘା’ ଦାଗରେ ଲଗାଇ ମସାଜ କରନ୍ତୁ । ଏପରି ପ୍ରତିଦିନ କରିବା ଦ୍ୱାରା ପୁରୁଣା ଦାଗରୁ ମୁକ୍ତି ମିଳିବ । - ଟି ଟ୍ରି ତେଲ ଦାଗ ଦୂର କରିବାରେ ସହାୟକ ହୋଇଥାଏ । ଏହି ତେଲ ଅଧ ଚାମଚ ନିଅନ୍ତୁ ସେଥିରେ ଅଧ ଚାମଚ ଗରମ ପାଣି ମିଶାଇ ଦିଅନ୍ତୁ । ଉକ୍ତ ମିଶ୍ରଣକୁ ଦାଗ ଉପରେ ୧୦ ମିନିଟ ପର୍ଯ୍ୟନ୍ତ ମଲିସ କରନ୍ତୁ । ମଲିସ କରିବା ପରେ ପାଣିରେ ଧୋଇ ଦିଅନ୍ତୁ । ଏପରି କିଛି ଦିନ କଲେ ଦାଗ ଆପେ ଆପେ ଭଲ ହୋଇଯିବ ।