ଏମିତି କରନ୍ତୁ, ପାଖ ମାଡିବନି ରୋଗ
ଏମିତି କରନ୍ତୁ, ପାଖ ମାଡିବନି ରୋଗ
ଆମ ନିତିଦିନିଆ ଜୀବନଶୈଳୀରେ ଗୋଟିଏ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଜଳ । ଜଳ ଜଣେ ବ୍ୟକ୍ତିଙ୍କ ପାଇଁ ଅମୃତ ସମାନ । କୁହାଯାଏ ପାଣି ପିଇବା ଦ୍ୱାରା ସମସ୍ତ ରୋଗ ଦୂର ହୋଇଥାଏ । ଜଣେ ସୁସ୍ଥ ସବଳ ବ୍ୟକ୍ତି ଦିନରେ ୪ଲିଟର ପାଣି ପିଇବା ଆବଶ୍ୟକ ହୋଇଥାଏ । କିନ୍ତୁ ଯଦି ଏହାକୁ ଭୁଲ ଭାବରେ ବ୍ୟବହାର କରାଯାଏ, ତେବେ ଏହା ମଧ୍ୟ ବିଷ ଭଳି କାର୍ଯ୍ୟ କରିଥାଏ ।
ପାଣି ପିଇବା ପାଇଁ ଡ଼ାକ୍ତର ସବୁବେଳେ ପରାମର୍ଶ ଦିଅନ୍ତି । ସଠିକ ସମୟରେ ପାଣି ପିଇବା ଫଳରେ ତ୍ୱଚାରେ ଚମକ ବୃଦ୍ଧି ପାଇଥାଏ । ସେହିପରି ଖାଦ୍ୟ ହଜମ ହେବା ପରେ ପାଣି ପିଇବା ଏକ ଔଷଧ ଭଳି କାମ କରିଥାଏ । କିନ୍ତୁ ଭୋଜନ ସମୟରେ ପାଣି ପିଇବା ଉଚିତ ନୁହେଁ । ସୁସ୍ଥ ଶରୀର ତଥା ଚର୍ମରୋଗରୁ ବଞ୍ଚିବା ପାଇଁ ସପ୍ତାହରେ ଥରେ ଶରୀରରେ ତେଲ ମାଲିସ କରିବା ଜରୁରୀ ।
ଏହା ବ୍ୟତୀତ, ଉପରକୁ ଦେଖାଯାଉଥିବା ଶସ୍ୟ ଅପେକ୍ଷା ମାଟିତଳେ ଥିବା ଶସ୍ୟ ଅଧିକ ପୁଷ୍ଟିକର । ମାଟି ତଳ ଶସ୍ୟଠାରୁ ଅଧିକ ପୁଷ୍ଟିକର କ୍ଷୀର । ତାହା ଅପେକ୍ଷା ଅଧିକ ପୁଷ୍ଟିକର ମାଂସ । ଏକ ସୁସ୍ଥ ଜୀବନଯାପନ ପାଇଁ ଏସବୁ ଖାଇବା ଆବଶ୍ୟକ ବୋଲି ବିବେଚନା କରାଯାଏ । ଭୋଜନ ହେଉଛି ସବୁଠାରୁ ବଡ଼ ସୁଖ । କାରଣ ଏହା ଶରୀରକୁ ଶକ୍ତି ଯୋଗାଇଥାଏ । ଏପରି କଲେ ଜଣେ ସୁସ୍ଥ ରହିବା ସହ ଡାକ୍ତରଙ୍କୁ ଟଙ୍କା ଦେବାକୁ ପଡ଼ିବ ନାହିଁ ।




admin 