ଏଇଟା ଏୟାରପୋର୍ଟ ନା ରେଳ ଷ୍ଟେସନ୍ ?

ନବକଳେବର ଦିଗରେ ଆଉ ପାଦେ ଆଗେଇଲା କଟକ ରେଳ ଷ୍ଟେସନ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ରେଳ ଷ୍ଟେସନ ପୂର୍ବପାର୍ଶ୍ୱ ପ୍ରବେଶ ପଥକୁ ଉଦଘାଟନ କରିଛନ୍ତି l ପୂର୍ବପାର୍ଶ୍ୱ ଷ୍ଟେସନ ଭବନ ଦେଇ ଯାତ୍ରୀମାନେ ସିଧା ସଳଖ ଜାତୀୟ ରାଜପଥକୁ ବାହାରି ପାରିବେ l ଯାହା ଦ୍ୱାରା ଯାତ୍ରୀମାନେ ଷ୍ଟେସନରୁ ବିଭିନ୍ନ ସ୍ଥାନକୁ ଯାତାୟାତ କରିବା ସହଜ ହୋଇପାରିବ l ଇଷ୍ଟ କୋଷ୍ଟ ରେଳବାଇ ପକ୍ଷରୁ କଟକ ରେଳ ଷ୍ଟେସନକୁ ବିଶ୍ୱ ସ୍ତରୀୟ ଷ୍ଟେସନ ପାଇଁ ପରିକଳ୍ପନା କରାଯାଇଛି l କହିବାକୁ ଗଲେ ଷ୍ଟେସନ ଭବନ ଉଦଘାଟିତ ହେବା ପରେ ପରିକଳ୍ପନାର କିଛି ଅଂଶ ପୂରଣ ହୋଇଛି l ଏହା ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ କରାଯାଇଛି l ପ୍ରାୟ ୧୪. ୬୩ କୋଟି ଟଙ୍କା ବ୍ୟୟରେ ଷ୍ଟେସନ ଭବନ ନିର୍ମାଣ କରାଯାଇଛି l ଏହାକୁ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଏବଂ ଶୀତ ତାପ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି l ପୂର୍ବପାର୍ଶ୍ଵ ଷ୍ଟେସନ ଭବନ ଓ ପ୍ରବେଶ ପଥ ଦ୍ୱାରା ଜାତୀୟ ରାଜପଥ ପାର୍ଶ୍ୱରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଯାତାୟାତ ସହଜ ହେବ l ଯାତ୍ରୀମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ଏବଂ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି l ଉଦଘାଟନ ଉତ୍ସବରେ କଟକ ସାଂସଦ ଭତୃହରି ମହତାବଙ୍କ ସମେତ ବିଧାୟକ ଗଣ ଓ ରେଳବାଇ ବିଭାଗର ଉଚପଦସ୍ତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ l