ଆରପାରିରେ ପ୍ରଦୀପ ମହାରଥୀ

ଆରପାରିରେ ପ୍ରଦୀପ ମହାରଥୀ

ଆରପାରିରେ ପ୍ରଦୀପ ମହାରଥୀ
ଭୁବନେଶ୍ୱର : ଓଡ଼ିଶାର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କର ପରଲୋକ ହୋଇଯାଇଛି । କରୋନାରୁ ସୁସ୍ଥ ହୋଇଥିଲେବି ଅନ୍ୟ ରୋଗ କାରଣରୁ ସେ ସମ ଅଲଟିମମରେ ଚିକିତ୍ସିତ ଥିଲେ । ତାଙ୍କର ଆରୋଗ୍ୟ ପାଇଁ ଡାକ୍ତରମାନେ ବହୁ ଉଦ୍ୟମ କରି ଆସୁଥିଲେ ବି ବିଫଳ ହୋଇଥିଲେ । ଗତକାଲି ରାତିରେ ସାଢେ଼ ୨ଟାରେ ତାଙ୍କର ମୃତୁ୍ୟ ହୋଇଥିଲା । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ସେ ଓଡ଼ିଶାର ଜଣେ ଟାଣୁଆ ନେତା ଓ ଦକ୍ଷ ସଂଗଠକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ୧୯୭୫ରେ ଛାତ୍ର ରାଜନୀତିରୁ ସେ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ । ପୁରୀ ସରକାରୀ ମର୍ଣ୍ଣିଂ କଲେଜର ସେକ୍ରେଟାରୀ ହୋଇଥିବା ମହାରଥୀ ଜରୁରୀକାଳୀନ ପରିସ୍ଥିତି ସମୟରେ ମିଶା ଆଇନରେ ଗିରଫ ହୋଇଥିଲେ । ୧୯୭୭ରେ ସେ ପୁରୀ ଏସସିଏସ କଲେଜର ସଭାପତି ହୋଇଥିଲେ । ୧୯୮୫ରେ ଜନତା ଦଳ ଟିକେଟରୁ ସେ ପ୍ରଥମ ଥର ପାଇଁ ବିଧାନସଭା ଯାଇଥିଲେ । ପରେ ୧୯୯୦ରେ ବି ପୁନର୍ବାର ନିର୍ବାଚିତ ହୋଇଥିଲେ । ୧୯୯୫ ନିର୍ବାଚନରେ ସେ ପରାସ୍ତ ହୋଇଥିଲେ । କିନ୍ତୁ ୨୦୦୦ରୁ ପୁଣି ୫ ଥର ବିଧାନସଭାକୁ ନିର୍ବାଚିତ ହେବାର ସୌଭାଗ୍ୟ ପାଇଥିଲେ । ବିଜେଡ଼ି ମୁଖ୍ୟାଳୟରେ ତାଙ୍କର ମରଶରୀର ରଖାଯିବା ପରେ ପିପିଲି ନିଆଯାଇଥିଲା । ଆଜି ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।