ଆଜିର ରାଶିଫଳ ୨୫ ଡିସେମ୍ବର ୨୦୧୯(ବୁଧବାର)
ଆଜିର ରାଶିଫଳ ୨୫ ଡିସେମ୍ବର ୨୦୧୯(ବୁଧବାର)
admin
Dec 25, 2019 - 04:10
Updated: Dec 25, 2019 - 04:10
ମେଷ - କେବଳ ଯୁଗ୍ମ ବ୍ୟବସାୟରୁ ଲାଭ ମିଳିବ। କର୍ମକ୍ଷେତ୍ର ଶାନ୍ତିମୟ ହେବ। ସାମାନ୍ୟ ମାତ୍ରାର ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି। ପତ୍ନୀଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ହୋଇ ପ୍ରତିକାର କରିବେ। କୃପଣ ସ୍ବଭାବର ହେବେ। ସ୍ବାଭିମାନୀ ହୋଇପାରନ୍ତି।
ବୃଷ ମନୋରମା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ସୁଖ ମିଳିବ। ବନ୍ଧୁ ଓ ପ୍ରିୟଜନଙ୍କ ସହାୟତା ମିଳିବ। ବ୍ୟବସାୟରେ ଅର୍ଥ ବିନିଯୋଗ ଲାଭପ୍ରଦ ହେବ। କାର୍ୟ୍ୟ କରିବାରେ ଉତ୍ସାହ ବୃଦ୍ଧି ପାଇବ। ସନ୍ମାର୍ଗୀ ହେବେ। ଦୟାର ଅବତାର ହୋଇପାରନ୍ତି।
ମିଥୁନ ବ୍ୟବସାୟ ଲାଭଜନକ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁ ଯେତେ ବଳବାନ୍ ହେଉ ନା କାହିଁକି ତାକୁ ଦମନ କରିବେ। ଆଶା ଫଳବତୀ ହେବ। ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟରେ ସଫଳତା ଲାଭ କରିବେ।
କର୍କଟ - ଜ୍ଞାନ-ଗରିମା ଯୋଗୁଁ ସାମାଜିକ ସ୍ତରରେ ଆଦରଣୀୟ ହେବେ। ବହୁ ମିତ୍ରଙ୍କ ଆଗମନୀ ହୋଇପାରେ। ପିଲାମାନଙ୍କ କାର୍ୟ୍ୟ କଳାପରେ ସନ୍ତୁଷ୍ଟ ହେବେ। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ। ପ୍ରୀତି ଲାଭ କରିପାରନ୍ତି।
ସିଂହ - ଯାତ୍ରା ଶୁଭଦାୟକ ହେବ। ବ୍ୟବସାୟରେ ଲାଭଜନକ ହେବ। ବିବେକି ବ୍ୟକ୍ତି ଭାବେ ପରିଚୟ ସୃଷ୍ଟି କରିବେ। କଷ୍ଟ ସ୍ବୀକାର କଲେ ବି ଲାଭବାନ୍ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।
କନ୍ୟା - କାର୍ୟ୍ୟରେ ସଫଳତା ଲାଭ କରିବେ। ମାନ୍ୟତା ପ୍ରାପ୍ତ ହେବେ। ସୌନ୍ଦର୍ୟ୍ୟ ଉପଭୋଗ କରିପାରନ୍ତି। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସର୍ବଦା ଚପଳମତି ଭାବେ କାର୍ୟ୍ୟ କରିବେ। ଯୋଜନାରେ ସୃଷ୍ଟି ହୋଇଥିବା ତ୍ରୁଟିକୁ ସଂଶୋଧନ କରିବେ।
ତୁଳା - ବିଳାସ-ବ୍ୟସନରୁ ବଞ୍ଚିତ ହେବେ। ଭୂମିପତି ଭାବେ ପ୍ରଭାବଶାଳୀ ହେବା ସହ ସୁଶାସକ ହେବେ। ନୂଆବନ୍ଧୁତା ସ୍ଥାପନ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି।
ବିଛା - ଚିନ୍ତାଧାରା ଉନ୍ନତମାର ହୋଇପାରେ। ଦାମ୍ପତ୍ୟ ସୁଖ ମିଳିବ। ନୂଆବନ୍ଧୁ ଜୁଟିବେ।
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। କର୍ମତତ୍ପରତା ପ୍ରକାଶ ପାଇବ।
ଧନୁ - ସୁସମ୍ବାଦ ପାଇ ଖୁସି ହେବେ। ବସ୍ତ୍ର-ଭୂଷଣ ପ୍ରାପ୍ତି ଯୋଗ ଅଛି। ଅଧିକ ଖର୍ଚ୍ଚାନ୍ତ ହେଲେ ବି ସର୍ବ ସୁଖ ମିଳିପାରେ। ଆୟ ହେବ; ମାତ୍ର ବିଶେଷ ଲାଭ ମିଳିବା କଷ୍ଟକର ହେବ। କାର୍ୟ୍ୟରେ ବାଧା ଉପୁଜି ପାରେ। କର୍ମତତ୍ପରତା ପ୍ରକାଶ ପାଇବ।
ମକର - ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଉନ୍ନତି ପଥରେ ଆଗେଇ ଚାଲିବେ। ସରକାରଙ୍କ କୃପା ଦୃଷ୍ଟି ରହିଛି। ଜନାଦୃତ ଲାଭ କରିବେ। ମନ ଚଞ୍ଚଳ ରହିବ। ଆୟ ପରିମାଣ ବୃଦ୍ଧି ପାଇବ। ବାରମ୍ବାର ଚେଷ୍ଟା କଲେ ସଫଳତା ମିଳିବ।
କୁମ୍ଭ - ପୁଣ୍ୟବାନ୍ ହେବେ। ଦୃଢ଼ଜ୍ଞ ହେବେ। ବିଖ୍ୟାତ କୀର୍ତ୍ତି ଅର୍ଜନ କରିବେ। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଘାତଚନ୍ଦ୍ର ଭୋଗ ହେତୁ, ଦେହ ଓ ମାନସିକ ସ୍ତରରେ ପୀଡ଼ିତ ହୋଇପାରନ୍ତି। ଦ୍ବିଜମାନଙ୍କ ହିତସାଧନ ପାଇଁ ସର୍ବଦା ଉଦ୍ୟମ ଚଳାଇ ପାରନ୍ତି।
ମୀନ - ଉତ୍ତମ ବନ୍ଧୁଙ୍କ ସହଚର୍ୟ୍ୟ ଲାଭ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ସତ୍ୟର ପୂଜାରୀ ହେବେ। ପ୍ରଭୂତ ମିତ୍ର ଅର୍ଜନ କରିବେ। ଭ୍ରମଣ ଯୋଗ ଅଛି। ଶୟନ-ସୁଖ ମିଳିବ। କୌଶଳ ପ୍ରୟୋଗ କରି କାର୍ୟ୍ୟ ହାସଲ କରିବେ।