ଆଜିଠୁ ଫାଇଲେରିଆ ଔଷଧ ବଂଟନ

ଆଜିଠୁ ଫାଇଲେରିଆ ଔଷଧ ବଂଟନ

ଆଜିଠୁ ଫାଇଲେରିଆ ଔଷଧ ବଂଟନ

ଭୁବନେଶ୍ୱର: ଶୁକ୍ରବାର ଠାରୁ ୧୦ ଫାଇଲେରିଆ ପ୍ରବଣ ଜିଲ୍ଲାରେ ଲିମ୍ପାଟିକ୍ ଫାଇଲେରିଆ (ଏଲ୍ଏଫ୍) ଦୂରୀକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହେବ। ବାଲେଶ୍ୱର , ଭଦ୍ରକ , ବଲାଙ୍ଗିର, କଟକ, କଳାହାଣ୍ଡି ,ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା ଓ ରାୟଗଡ଼ା ଆଦି ୧୦ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଏହି କାର୍ଯ୍ୟକ୍ରମ ୧୦ ଜିଲ୍ଲାରେ ୧ କୋଟି ୩୬ ଲକ୍ଷ ୬ ହଜାର ୯୪୮ ହିତାଧିକାରୀଙ୍କୁ ଔଷଧ ଖୁଆିବାର ଯୋଜନା ରହିଛି । ୫୧,୩୭୧ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ ଘରକୁ ଘର ଗସ୍ତ କରି ଲୋକଙ୍କୁ ଔଷଧ ଖୁଆଇବେ ଓ ୫୧୧୧ ସୁପରଭାଇଜର ତଦାରଖ ପାଇଁ ରହିବେ । ଏହି ରୋଗ ମଶା କାମୁଡ଼ିବା ସ୍ୱାରା ହୋଇଥାଏ । ରୋଗକୁ ରୋକିବା ଲାଗି ଔଷଧ ସେବନ ନିହାତି ଆବଶ୍ୟକ । ୯ ଜିଲ୍ଲାକୁ ଫାଇଲେରିଆ ମୁକ୍ତ ଘୋଷଣା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।