ଆଜି ହୀରାକୁଦରୁ ନିଷ୍କାସନ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ
ଆଜି ହୀରାକୁଦରୁ ନିଷ୍କାସନ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ
ସମ୍ବଲପୁର : ଆଜି ୧୧ ତାରିଖ ରବିବାର ହୀରାକୁଦ ବନ୍ଧରୁ ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ । ରବିବାର ୧୧ଟା ପରେ ଯେକୌଣସି ସମୟରେ ସ୍ପିଲୱେର ବାମ ପାର୍ଶ୍ୱରୁ ଗେଟ ଖୋଲାଯିବ । ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଉଥିବାରୁ ହୀରାକୁଦ ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ହୀରାକୁଦ ହେଡ ୱାର୍କସ ଓ ଅତିରିକ୍ତ ସ୍ପିଲ ୱେ’ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିରାକାର ବିଶି ସୂଚନା ଦେଇଛନ୍ତି । ଶନିବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୮.୬୯ ରହିଥିଲା । ଜଳଭଣ୍ଡାରକୁ ୭୪,୫୨୧ କୁ୍ୟସେକ ଜଳ ପ୍ରବେଶ କରୁଥିବା ବେଳେ ୨୩,୪୮୩ କୁ୍ୟସେକ ଜଳ ନିଷ୍କାସିତ ହେଉଥିଲା । ଏଥିରୁ ପାୱାର ଚାନେଲ ଦେଇ ୧୯,୦୨୦ କୁ୍ୟସେକ ଓ କେନାଲଗୁଡ଼ିକରେ ୪,୧୯୧ କୁ୍ୟସେକ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନଗୁଡ଼ିକ ୨୭୨ କୁ୍ୟସେକ ପାଣି ନେଉଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ । ଗତ ବର୍ଷ ଜୁନ୍ ୨୬ରେ ସେହି ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଥିବା ସେତେବେଳେ ଜଳସ୍ତର ୬୧୮ ଫୁଟ୍ ରହିଥିଲା । ଆଜି ଦିନ ୧୧ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୯.୫୦ ଫୁଟରେ ପହଂଚିବା ବୋଲି ଆକଳନ କରାଯାଉଛି ।




admin 