ଆଜି ଗୋଲାପ ଦିବସ : ରାଜଧାନୀରେ ଗୋଲାପର ଦାମ୍ ୪୦ ଟଙ୍କା
ଆଜି ଗୋଲାପ ଦିବସ : ରାଜଧାନୀରେ ଗୋଲାପର ଦାମ୍ ୪୦ ଟଙ୍କା
ଭୁବନେଶ୍ୱର :ଆରମ୍ଭ ହେଲା ପ୍ରେମର ପର୍ବ । ୭ଦିନକୁ ୭ପ୍ରକାର ରଙ୍ଗରେ ରଙ୍ଗୀନ କରିବେ ପ୍ରେମୀ ଯୁଗଳ । ନିଜ ମନର ମଣିଷକୁ କିପରି ସ୍ୱତନ୍ତ୍ର ଅନୁଭବ କରାଇବେ ଏନେଇ ପ୍ରେମୀଯୁଗଳ ନକ୍ସା ଟାଣିସାରିଛନ୍ତି । ଆଜି ଗୋଲାପ ଦିଆନିଆରୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ । ସହର ସାରା ନାଲି ଗୋଲାପ ରାଜ କରୁଛି । ଯେଉଁ ଫୁଲ ଦୋକାନକୁ ଯିବେ ମନ ଲୋଭାଣିଆ ଗୋଲାପ ଗୁଚ୍ଛ ଆଖିରେ ପଡିବ । ଏଥିସହ ବିଭିନ୍ନ ରଙ୍ଗବେରଙ୍ଗ ଗୋଲାପ ଫୁଲ (ହଳଦିଆ, ଧଳା, ଗୋଲାପୀ, ଲାଲ, ନୀଳ, ବେବି ପିଙ୍କ, ଅଫ୍ ହ୍ୱାଇଟ), ଟ୍ୟୁଲିପ୍, କାରନେସନ୍, ଲିଲିୟମ, ଅର୍କିଡ, ବିଓପି ଷ୍ଟାର, ଆନ୍ଥୋରିୟମ, ଜାରଭେର ଓ ଜିନିଆ ଆଦି ଫୁଲ ପ୍ରେମୀଯୁଗଳଙ୍କୁ ଆକୃଷ୍ଟ କରୁଛି । କିଏ ଲାଲ ଗୋଲାପ ପାଇଁ ବରାଦ ଦେଇଛନ୍ତି ତ ଆଉ କିଏ ଟିକେ ରୋମାଣ୍ଟିକ୍ ହୋଇ ଫୁଲ ତୋଡା ରେଡି କରୁଛନ୍ତି ।
ଏଥର ବାଙ୍ଗାଲୁରୁ, ଦିଲ୍ଲୀ, କୋଲକତା ଓ ରାୟପୁରରୁ ଗୋଲାପ ଆସିଛି । ସାଧା ଗୋଲାପର ଦାମ୍ ୨୦ଟଙ୍କାରୁ ଆରମ୍ଭ ଓ ରଙ୍ଗୀନ ଗୋଲାପର ଦାମ୍ ୪୦ଟଙ୍କାରୁ ଆରମ୍ଭ ହେଉଛି । ପ୍ରେମ ସପ୍ତାହରେ ଭଲ ରୋଜଗାର ହେବ ବୋଲି ପଞ୍ଚଲିଙ୍ଗେଶ୍ୱର ଫ୍ଲୋରିଷ୍ଟର ବିଭୂତି ଭୂଷଣ ସ୍ୱାଇଁ କହିଛନ୍ତି ।




admin 