ଅପରାଜିତାଙ୍କ ସଭାକୁ ଗଲେ ବୋଲି ପଦ ଗଲା

ଅପରାଜିତାଙ୍କ ସଭାକୁ ଗଲେ ବୋଲି ପଦ ଗଲା

ଅପରାଜିତାଙ୍କ ସଭାକୁ ଗଲେ ବୋଲି ପଦ ଗଲା

ଭୁବନେଶ୍ୱର : ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ହେଲା  । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସଭାକୁ ଯିବା ଦୁଇ ନେତାଙ୍କ ପାଇଁ ମହଙ୍ଗା ପଡ଼ିଛି  । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବିଜେପି ରାୟଗଡ଼ା ଜିଲ୍ଲା କମିଟିର ଦୁଇ ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯଇଛି  । ରାୟଗଡ଼ା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା ଓ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରେମ ପ୍ରସାଦ ପଣ୍ଡାଙ୍କୁ ସଭାପତି ପଦରୁ ହଟାଇ ଦିଆଯାଇଛି  । ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ଏସମ୍ପର୍କରେ ସୂଚନା ଦେଇଛନ୍ତି  । ଯଦିଓ ଅପରାଜିତାଙ୍କୁ ସମର୍ଥନ କରିବାରୁ ପଦ ଗଲା ବୋଲି କୁହାଯାଇନାହିଁ ତଥାପିବି, ଏହା ହିଁ ଏକମାତ୍ର କାରଣ ବୋଲି ରାୟଗଡ଼ା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି  ।

ନିକଟରେ ଅପରାଜିତା ରାୟଗଡ଼ା ଯାଇଥିଲେ  । ଉଭୟ ନେତା ଅପରାଜିତାଙ୍କୁ ସମର୍ଥନ କରିଥିଲେ  । ତେବେ ଅପରାଜିତାଙ୍କ ସଭାକୁ ନଯିବା ପାଇଁ ପୂର୍ବରୁ ଜିଲ୍ଲା ସଭାପତି ହ୍ୱିପ ଜାରି କରିଥିଲେ  । କିନ୍ତୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଅପରାଜିତାଙ୍କ ପାଇଁ ବାଇକ ରାଲିର ଆୟୋଜନ କରାଯାଇଥିବାବେଳେ ଯୁବମୋର୍ଚ୍ଚା ସେମାନଙ୍କୁ ସହଯୋଗ କରିଥିଲା  । ନିଜେ ଯୁବମୋର୍ଚ୍ଚା ସଭାପତି କାର୍ଯ୍ୟକ୍ରମକୁ ଯାଇନଥିଲେବି ତାଙ୍କର ସମର୍ଥକମାନେ ଯାଇଥିବା ଜଣାପଡ଼ିଛି  । ସେହିପରି ଗୁଣୁପୁରରେ ଅପରାଜିତାଙ୍କ କାର୍ଯ୍ୟକ୍ରମକୁ କୃଷକ ମୋର୍ଚ୍ଚା ସଭାପତି ସଫଳ କରିଥିଲେ ବୋଲି ଅଭିଯୋଗ ହୋଇଥିଲା  । ଅପରାଜିତାଙ୍କୁ ସମର୍ଥନ କରିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା କୁହାଯାଉଥିବାବେଳେ ବିଜେପି ରାଜନୀତି ସରଗରମ ହୋଇଯାଇଛି  ।