କାଠ ତିଆରି ଉଚ୍ଚତମ ଟାୱାର

ଲଣ୍ଡନ : ସାଇକେଲ୍ ଷ୍ଟାଣ୍ଡ୍ରେ ଗୋଟିଏ ସାଇକେଲ ପଡ଼ିଲେ ପାଖକୁ ପାଖ ଏକାଧିକ ସାଇକେଲ ଖସିପଡ଼ିବା ବା ତାସ୍ ଘର ଭୁଶୁଡ଼ିପଡ଼ିବା ପଛର କାରଣ ‘ଡୋମିନୋ ଇଫେକ୍ଟ’, ଯଦ୍ଦ୍ବାରା ଗୋଟିଏ ବସ୍ତୁ ପଡ଼ିବା ଫଳରେ ଧାରାବାହିକ ଭାବେ ସଂଖ୍ୟାଧିକ ବସ୍ତୁ ଖସିପଡ଼ିଥା’ନ୍ତି। ତାହାର ଦୃଶ୍ୟ ଦେଖିବାକୁ ଚମତ୍କାର ଲାଗିଥାଏ। ଏହି କ୍ରମରେ ଖେଳଣା କାଠ ଖଣ୍ଡ ଦ୍ବାରା ବିଶ୍ବର ଉଚ୍ଚତମ ଟାୱାର ନିର୍ମାଣ କରି ତାହାକୁ ଡୋମିନୋ ଇଫେକ୍ଟ ମାଧ୍ୟମରେ ଭାଙ୍ଗିଦିଆଯାଇଛି।
ବେଞ୍ଜାମିନ କ୍ରାଉଜର ନାମକ ସୃଜନ ଶିଳ୍ପୀ ଓ ତାଙ୍କ ସାଥୀମାନେ ମିଶି ୟୁନାଇଟେଡ୍ କିଙ୍ଗଡମ୍ର ‘ଅଲିମ୍ପିଆ ଲଣ୍ଡନ’ ଭିତରେ ୨୭.୪୬ ମିଟର ଉଚ୍ଚତା ବିଶିଷ୍ଟ ଏହି ଟାୱାର ନିର୍ମାଣ କରିଥିଲେ। ଏହାକୁ ଗିନିସ୍ ବୁକ୍ ଅଫ୍ ଵର୍ଲଡ୍ ରେକର୍ଡ ପକ୍ଷରୁ ନୂଆ ରେକର୍ଡର ସ୍ବୀକୃତି ମିଳିଛି। ରେକର୍ଡ ସ୍ଥାପନା ପରେ ଜଣେ ମହିଳା ସୁନିୟୋଜିତ ଢଙ୍ଗରେ ଟାୱାରଟିର ନିମ୍ନ ଭାଗକୁ ଠେଲିଦେବାରୁ ତାହା ଧୀରେ ଧୀରେ ଭୁଶୁଡ଼ିବା ଆରମ୍ଭ କରିଥିଲା।