ମୋହନଙ୍କ ୩ ଦିନିଆ କେନ୍ଦୁଝର ଗସ୍ତ ପାଇଁ ଚଳଚଞ୍ଚଳ ଜିଲ୍ଲା, ଘରେ ରହିବେନି, ସର୍କିଟ ହାଉସରେ ରାତ୍ରି ଯାପନ କରିବେ

ମୋହନଙ୍କ ୩ ଦିନିଆ କେନ୍ଦୁଝର ଗସ୍ତ ପାଇଁ ଚଳଚଞ୍ଚଳ ଜିଲ୍ଲା, ଘରେ ରହିବେନି, ସର୍କିଟ ହାଉସରେ ରାତ୍ରି ଯାପନ କରିବେ

କେନ୍ଦୁଝର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ ନେଇ ଚାଲିଛି ବ୍ୟାପକ ପ୍ରସ୍ତୁତି  ଜ୍ଝ ଚଳିତ ମାସ ୨୦ ତାରିଖ ଠାରୁ ୨୨ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟନ୍ତ ତିନି ଦିନ ଧରି ମୁଖ୍ୟମନ୍ତ୍ରୀଙ୍କର ଜିଲ୍ଲା ଗସ୍ତ କାର୍ୟ୍ୟକ୍ରମ ରହିଛି ଜ୍ଝ ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି, ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ସକାଳ  ୧୦ ଟା ୪୦ ମିନିଟ ସମୟରେ ରିଜର୍ଭ ପଡିଆ ଠାରେ ନିର୍ମିତ ହେଲିପ୍ୟାଡ଼ରେ ଅବତରଣ କରିବା ପରେ ସେଠାରୁ ସିଧା ଯାଇ ଅଡିଟୋରିୟମରେ ଆୟୋଜିତ ଲାଇଭ ସେଭର୍ସ ଗୁପ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବେ । ଏହା ପରେ  ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ପରେ, ୨ ଟା ୫୦ ମିନିଟ ସମୟରେ ଝୁମ୍ପୁରା ବ୍ଳକର କରଞ୍ଜିଆପଡା ଠାରେ  ମାଁ ତାରିଣୀ କ୍ଳବ ଦ୍ୱାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାତ୍ପନୀ ଉତ୍ସବରେ ଯୋଗ ଦେବେ ଦେବେ ।  ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ନିଜେ ମୁଖ୍ୟମନ୍ତ୍ରୀ ହିଁ ଆରମ୍ଭ କରିଥିଲେ ଓ ଏହା ପରେ ୫ଟା ସମୟରେ ନିଜ ଗାଁ ରାଇକଳା ସ୍ଥିତ ନିଜ ଘରକୁ ଯାଇ ସେଠାରେ ୨ ଘନ୍ଟା ରହିବା ରହିବାର କାଯ୍ୟକ୍ରମ ରହିଛି । ପରେ ସଂଧ୍ୟା ସାଢେ ୭ଟା ସମୟରେ କାସଭି ଇନ୍ଟରନେସନାଲ ହେଟେଲରେ କେନ୍ଦୁଝର ସାଂସଦ ଓ ବିଧାୟକମାନଙ୍କ ସହ ଆଲୋଚନା ପରେ ସର୍କିଟ ହାଉସକୁ ଫେରି ରାତ୍ରୀ ଯାପନ କରିବେ । ୨୧ ତାରିଖ ଅର୍ଥାତ ଶନିବାର ଦିନ ସକାଳ ୭ ଟା ୩୦ ମିନିଟରେ କେନ୍ଦୁଝର ଷ୍ଟାଡିୟମ ଠାରେ ପାତଃ ଭ୍ରମଣ କରିବା ସହ ନିକଟରେ ଥିବା ଏକ ଚାହା ଦୋକାନରେ ଚାଏ  ପେ ଚର୍ଚ୍ଚା କାର୍ୟ୍ୟକ୍ରମରେ ଯୋଗଦେବେ । ଏହା ପରେ ଏକ ମୋଗା ସ୍ୱାସ୍ଥ୍ ସେବା ଶୀବିର, ସମ୍ବାଦ ପକ୍ଷରୁ ଆୟୋଜିତ ପରିବେଷ ପଞ୍ଚାୟତ କାର୍ୟ୍ୟକ୍ରମରେ ଯୋଗ ଦେଇ ଦିନ ଗୋଟାଏ ସମୟରେ ହେଲିକ୍ୟାପ୍ଟର ଯୋଗେ ଝାରଖଣ୍ଡ କାଯ୍ୟକ୍ରମ ରହିଛି । ପୁଣି ସେଠାରୁ ଅପରାହ୍ନ ୫.୩୫ ମିନିଟରେ ଫେରି ଟାଉନ ହଲ ଠାରେ ଅବସରପ୍ରାପ୍ତ  ସରକାରୀ କର୍ମଚାରୀ ସଂଘ ଦ୍ୱାରା ଆୟୋଜିତ ରଜତ ଜୟନ୍ତି ଉତ୍ସବରେ ଉପସ୍ଥିତ ରହିବେ । ସଂଧ୍ୟାରେ ୭ଟାରେ ବିଜେପି କାର୍ୟ୍ୟାଳରେ ଦଳୀୟ କାର୍ୟ୍ୟକ୍ରମରେ ଯୋଗ ଦେବେ ଜ୍ଝ ସେହିପରି ୨୨ ତାରିଖ ରବିବାର ଦିନ ୧୧ଟା ସମୟରେ ଡିଡି ୟୁନିଭରସିଷ୍ଟି ପଡ଼ିଆ ଠାରେ ମୋହନ ସରକାରଙ୍କର  ୧୦୦ ଦିନ ପୁରଣ ଉତ୍ସବ ପାଳନରେ ଯୋଗ ଦେଇ, ୧୨ ଟା ୫୦ ମିନିଟ ସମୟରେ ହେଲିକ୍ୟାପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି ।

            ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲାରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ଏଥିପାଇଁ ପ୍ରତି ସଭାସ୍ଥଳ ଓ ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ ଚାଲିଛି । ସେହିପରି ବର୍ତମାନର ମୁଖ୍ୟମନ୍ତ୍ରୀ ବିଧାୟକ ଥିବା ବେଳେ  ଟାଉନହଲ ପଡିଆରେ ସକାଳ ମର୍ଣ୍ଣି ୱାକ କରିବା ପରେ ସେଠାରେ ଥିବା ବିଦେଶୀ ଝୁମ୍ପୁଡି ଚାହା ଦୋକାନରେ ବସି ନାଲି ଚାହା ପିଅନ୍ତି । ଏହି କେନ୍ଦୁଝର ଗସ୍ତ ସମୟରେ ମଧ୍ୟ ମର୍ଣ୍ଣିଂୱାକ ପରେ ସେହି ବିଦେଶୀ ଚାହା ଦୋକାନରେ ଚାଏ ପେ ଚର୍ଚ୍ଚା କରିବେ । ତେଣୁ ଆଜି ପ୍ରଶାସନ ପକ୍ଷରୁ ବିଦେଶୀର ସେହି ଝୁମ୍ପୁଡି ଚାହା ଦୋକାନକୁ ନୂତନ ରୂପ ଦିଆ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କର ଗସ୍ତ ପାଇଁ  ବ୍ୟାପକ ପୋଲିସ ମୁତୟନ କରାଯାଇଛି ।