ବିଷ ପିଇ ଆତ୍ମହତ୍ୟା କଲେ ନାବାଳିକା

ବିଷ ପିଇ ଆତ୍ମହତ୍ୟା କଲେ ନାବାଳିକା

ରିକିପଡ଼ା: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଖଣ୍ଡୁର ପଞ୍ଚାୟତ ଅନ୍ତର୍ଗତ ଚଢ଼ିଆପଡ଼ା ଗାଁରେ ୧୭ ବର୍ଷୀୟ ନାବାଳିକା ପୂଜା ସାହୁଙ୍କ ଆତ୍ମହତ୍ୟା ଅଭିଯୋଗ । ପରିବାର ଲୋକଙ୍କ କହିବାନୁସାରେ, ସୋମବାର ସନ୍ଧ୍ୟାରେ ସେ ଘରେ ରଖାଯାଇଥିବା ଚାଉଳ ପୋକମରା ବିଷାକ୍ତ ଔଷଧ ଖାଇଦେଇଥିଲେ । ରାତିରେ ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ପୋଲସରା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । କିନ୍ତୁ, ଡାକ୍ତର ତାଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିଲେ ।

ପରିବାର ଲୋକ ତରବରରେ ଶବ ଆଣି ପୋଡ଼ିଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି । ତେବେ ପୋଲସରା ପୁଲିସ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି କ୍ଷ ଶବ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛି ।