ଶପଥ ନେଲେ ସୁଦାମ ମାରାଣ୍ଡି
ଭୁବନେଶ୍ୱର:ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ହୋଇଛି । ଏହି କ୍ରମରେ ପୂର୍ବ ସୂଚୀ ମୁତାବକ ସୋମବାର ଲୋକସେବା ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଆଜି ପ୍ରଥମେ କ୍ୟାବିନେଟ ମନ୍ତ୍ରୀଭାବେ ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶପଥ ଗ୍ରହଣ କରିବା ପରେ ଶପଥ ନେଇଛନ୍ତି ସୁଦାମ ମାରାଣ୍ଡି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି । ପ୍ରକାଶ ଯେ ମୟୂରଭଂଜ ଜିଲ୍ଲାର ବିଜେଡି ସଭାପତି ଅଛନ୍ତି ସୁଦାମ ମାରାଣ୍ଡି। ସେ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୨ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ପୂର୍ବରୁ ରାଜସ୍ୱ ଓ ପ୍ରଶମନ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳି ଥିଲେ ସୁଦାମ ମାରାଣ୍ଡି।




admin 