ସେକ୍ସ ର୍ୟାକେଟ୍ ଠାବ, ୨୭ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ସେକ୍ସ ର୍ୟାକେଟ ଠାବ ହୋଇଛି । ଶନିବାର ରାତିରେ ବାଇପାସ୍ ବିଜୁ ଏକ୍ସପ୍ରେସ୍ ୱେ ପାଶ୍ୱର୍ ପଞ୍ଚପଡ଼ା ଛକ ନିକଟରେ ଥିବା ସିଂ ଢାବାରେ ଚଢ଼ଉ କରି ପୁଲିସ୍ ଦଲାଲ ସମେତ ୧୪ ଜଣ ପୁରୁଷ ଏବଂ ୧୩ ଜଣ ଯୁବତୀଙ୍କୁ ଗିରଫ କରିଛି । ଢାବା ମଧ୍ୟରେ ଅସଂଯତ ଅବସ୍ଥାରେ ଥିବା ଯୁବକ ଯୁବତୀଙ୍କୁ ଧରିବା ପରେ ପୁଲିସ୍ ଟାଉନ ଥାନାକୁ ଆଣିଛି । ଦୀର୍ଘ ଦିନରୁ ଏଠାରେ ସେକ୍ସ ର୍ୟାକେଟ ଚାଲିଥିବା ଅଭିଯୋଗ ହେଉଥିଲା । ଗିରଫ ଯୁବତୀଙ୍କ ମଧ୍ୟରେ କିଛି ସ୍ଥାନୀୟ ଏବଂ କିଛି ବାହାର ଅଞ୍ଚଳର ଥିବା ପୁଲିସ୍ କହିଛି ।
କୌଣସି ସୂତ୍ରରୁ ଖବର ପାଇ ଶନିବାର ଏସ୍ପି ଏ ସଂକ୍ରାନ୍ତରେ ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଆଜି ରାତିରେ ଏହି ଚଢ଼ାଉ କରିଥିଲା । ଗିରଫ ଯୁବକଙ୍କ ମଧ୍ୟରେ ଗ୍ରାହକ, ଦଲାଲ ମଧ୍ୟ ଥିବା ପୁଲିସ୍ ସୂତ୍ରରୁ ପ୍ରକାଶ ।