ବିରୋଧୀ ବୈଠକକୁ ନେଇ କ’ଣ କହିଲେ ଶରଦ ପାୱାର

ବିରୋଧୀ ବୈଠକକୁ ନେଇ କ’ଣ କହିଲେ ଶରଦ ପାୱାର

 ପୁନେ : ପାଟନାରେ ଗତ ସପ୍ତାହରେ ହୋଇଥିବା ବିରୋଧୀ ବୈଠକ ପରେ ଏପରି ମନ୍ତବ୍ୟ ଦେଇଛନ୍ତି ଏନ୍‌ସିସି ମୁଖ୍ୟ ଶରଦ ପାୱାର। ପ୍ରଧାନମନ୍ତ୍ରୀ ପଦକୁ ନେଇ କୌଣସି ଆଲୋଚନା ହୋଇନାହିଁ। ଦରବୃଦ୍ଧି, ବେକାରୀ ସମସ୍ୟା ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି ବୋଲି କହିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ପଦ ସଂକ୍ରାନ୍ତରେ କୌଣସି ଆଲୋଚନା ହୋଇନାହିଁ ବୋଲି ଏନ୍ସିପି ସୁପ୍ରିମୋ ଶରଦ ପାୱାର ଆଜି ବାରାମତି ସହରରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ କହିଛନ୍ତି।
ବିରୋଧୀ ବୈଠକକୁ ସମାଲୋଚନା କରିଥିବାରୁ ସେ ମଧ୍ୟ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ପଦ ପାଇଁ ୧୯ ଆଶାୟୀ ଏକାଠି ବୈଠକ କରିଛନ୍ତି ବୋଲି ପ୍ରତିଦ୍ବନ୍ଦ୍ବୀ କଟାକ୍ଷ କରିବା ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତର ଦେଇ ପାୱାର କହିଛନ୍ତି, ଏହା ଅତି ପିଲାଳିଆ ଟିପ୍ପଣୀ। ବୈଠକରେ ପ୍ରଧାନମନ୍ତ୍ରୀ ପଦ ନେଇ କୌଣସି ଆଲୋଚନା ହୋଇନାହିଁ।