ଭିଜଲାନ୍ସ ଜାଲରେ ସରକାରୀ ବାବୁ

ଭିଜଲାନ୍ସ ଜାଲରେ ସରକାରୀ ବାବୁ

ପୁଣି ଭିଜଲାନ୍ସ ଜାଲରେ ସରକାରୀ ବାବୁ। ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ଥିବା ଅତିତିକ୍ତ ଯୋଗାଣ ବିଭାଗ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ଭିଜଲାନ୍ସ ଆଜି ରେଡ କରିଛି। ତିନିଟି ଅଞ୍ଚଳର ୫ଟି ଜାଗାରେ ଆଜି ଭିଜିଲାନସ୍ ରେଡ ଆରମ୍ଭ କରିଛି। ସେଥିମଧ୍ୟରୁ କଟକ, ଭୁବନେଶ୍ୱର୍ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ । ଅନ୍ୟପଟେ ପ୍ରଦୀପ ମହାପାତ୍ରଙ୍କ ର କଟକ ର ୨ ଟି ଜାଗାରେ ତଥା ନୂଆପଡ଼ା ଏବଂ କଲ୍ୟାଣୀ ନଗର ସ୍ଥିତ ବାସ ଭବନ ରେ ଭିଜିଲାନସ୍ ପକ୍ଷରୁ ରେଡ ଆରମ୍ଭ ହୋଇଛି । ଏହା ରେଡ ରେ ୪ ଜଣ ଡିଏସପି, ୫ ଇନ୍ସପେକଟର, ଜଣେ ଆସିଷ୍ଟାଣ୍ଟ କମଣ୍ଡାଣ୍ଟ ରେଡ ରେ ଅଛନ୍ତି । ଅନ୍ୟପଟେ ଏହି ରେଡ ରେ ଏକାଧିକ ବ୍ୟାଙ୍କ୍ ପାସ ବୁକ୍, ବିମା ବଣ୍ଡ ଯାଞ୍ଚ୍ ଚାଲିଛି। ସେହିପରି କେତେ ଟଙ୍କା ଏବଂ ସୁନା ଅଳଙ୍କାର ମିଳିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।