କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ର ଙ୍କୁ ଗିରଫ

କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ର ଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ । ତାଙ୍କ ନାଁ ଆୟ ବହିର୍ଭୁତ ସମ୍ପତି ଠୁଳ ନେଇ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ତାଙ୍କର ବିଭିନ୍ନ ଜାଗାରେ ଯାଞ୍ଚ କରି ସମୁଦାୟ ଆୟର ୩୩୬ ପ୍ରତିଶତ ସମ୍ପତି ଆୟ ବହିର୍ଭୁତ ବୋଲି ଭିଜିଲାନ୍ସ ପ୍ରମାଣ ପାଇଥିଲା । ACSO ମହାପାତ୍ରଙ୍କ ର ୨.୮୬ କୋଟି, ନଗଦ ୧.୨୧ ଲକ୍ଷ ଟଙ୍କା ଏବଂ ବେନାମୀ ଜମି ଜବତ ହୋଇଛି । କେବଳ ସେତିକି ନୁହେଁ ୩ କୋଟି ଜମାରାଶି ସହ ୮୫୦ ଗ୍ରାମ୍ ସୁନା ଅଳଙ୍କାର ଠାବ କଟକ, ଭୁବନେଶ୍ୱରରେ ବିଳାସପୂର୍ଣ ଅଟ୍ଟାଳିକା, ୨ ପ୍ଲଟ୍ ଅବସାନ, ସୁତ୍ର ବିସ୍ତୃତ ସହ ହୀରାହାର, ସୁନା ବିସ୍କୁଟ୍ ସମେତ ବିପୁଳ ସମ୍ପତି ଠୁଳ କରିଛି ଭିଜିଲାନ୍ସ ।