ସବୁଜ ବିଲାତି

ଭୁବନେଶ୍ୱର : ବର୍ଷସାରା ଲାଲ ବିଲାତି ଚାହିଦା ରହିଥାଏ । ଦୋକାନୀ ଗ୍ରାହକକୁ ଆକୃଷ୍ଠ କରିବା ଲାଗି ଲାଲ ବିଲାତି ଖୋଜି ଖୋଜି ରଖେ । ଡ଼ାକ୍ତର ଦଳ ପରାମର୍ଶ ଦିଅନ୍ତି ଯେ ଲାଲ ବିଲାତି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । କେବଳ ଲାଲ ବିଲାତି ନୁହେଁ ସବୁଜ ବିଲାତି ବି ଶରୀରକୁ ଶକ୍ତି ଯୋଗୋଇଥାଏ ।
ସବୁ ଋତୁରେ ସବୁଜ ବିଲାତି ବଜାରକୁ ଆସେ । ବିଶେଷ କରି ସାଲାଡ଼, ସ୍ୟାଣ୍ଡୱିଚ, ବର୍ଗର ଆଦିରେ ସବୁଜ ବିଲାତି ବ୍ୟବହାର କରାଯାଏ । ସବୁଜ ବିଲାତିରେ ପ୍ରଚୁର ପରିମାଣରେ ଭିଟାମିନ କେ ଥିବାରୁ ହାଡ଼ ଓ ଗଣ୍ଠିକୁ ମଜବୁତ୍ ରଖିଥାଏ । ଦୃଷ୍ଟି ଶକ୍ତି ଦୁର୍ବଳ ଥିଲେ , ସାଲାଡ଼ରେ ଏଇ ବିଲାତିକୁ ନିୟମିତ ଖାଇବା ଭଲ ।
ଛାତ୍ର ଛାତ୍ରୀ ସବୁଜ ବିଲାତି ବିଭିନ୍ନ ଖାଦ୍ୟରେ ମିଶାଇ ଖାଇଲେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ସବୁଜ ବିଲାତି ଖାଇଲେ ରକ୍ତଚାପ ନିୟନ୍ତ୍ରଣ ରହେ । ତ୍ୱଚା ଜନିତ ସମସ୍ୟା ଥିଲେ ଏହି ବିଲାତି ନିଜ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ ।