ସିଂହଦ୍ୱାର ନିକଟରେ ମହିଳା ଶ୍ରଦ୍ଧାଳୁ ମୃତ

ସିଂହଦ୍ୱାର ନିକଟରେ ମହିଳା ଶ୍ରଦ୍ଧାଳୁ ମୃତ

ପୁରୀ: ପୁରୀ ସିଂହଦ୍ୱାର ନିକଟରେ ଜଣେ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳିନାହିଁ। ଗତକାଲି ମହିଳା ଜଣଙ୍କ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆସିଥିଲେ। ମହାପ୍ରଭୁଙ୍କୁ ଦର୍ଶନ ସାରି ଫେରିଲା ବେଳେ ସିଂହ ଦ୍ୱାର ନିକଟରେ ମହିଳା ଜଣଙ୍କ ଅସୁସ୍ଥ ଅନୁଭବ କରିଥିଲେ। ପରେ ସେ ଅଚେତ ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି ।