ଭୟଙ୍କର ତାଣ୍ଡବ ରଚିଲା ମୋକା, ଚାଲିଗଲା ୯ଜଣଙ୍କ ଜୀବନ

ଭୟଙ୍କର ତାଣ୍ଡବ ରଚିଲା ମୋକା, ଚାଲିଗଲା ୯ଜଣଙ୍କ ଜୀବନ

କୋଲକାତା: ବାତ୍ୟା ମୋକା ମିଜୋରାମର ବହୁ ଅଞ୍ଚଳରେ ଗତକାଲି ତା’ର ପ୍ରକୋପ ଦେଖାଇ ୨୩୬ଟି ଘର ଓ ୮ଟି ଶରଣାର୍ଥୀ ଶିବିରକୁ ନଷ୍ଟ କରିଦେଇଛି। ଏହାଦ୍ବାରା ୫୦ଟି ଗାଁ ଓ ୫,୭୪୯ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ମୃତ୍ୟୁର କୌଣସି ସୂଚନା ମିଳିନାହିଁ। ଇତିମଧ୍ୟରେ ପଶ୍ଚିମବଙ୍ଗର ‌କୋଲକାତା ମହାନଗରୀ ମଧ୍ୟ ମୋକାଜନିତ ପ୍ରବଳ ବର୍ଷା ଦ୍ବାରା ପ୍ରଭାବିତ ହୋଇଛି। ସୋମବାର ସନ୍ଧ୍ୟାରେ କୋଲକାତା ଓ ପଶ୍ଚିମବଙ୍ଗର ଅନ୍ୟ ଅଞ୍ଚଳରେ ପବନ ସହ ପ୍ରବଳ ବର୍ଷା ହୋଇଥିଲା। ଏଥିରେ ରାଜ୍ୟର ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି। ସନ୍ଧ୍ୟା ୫ଟା ୪୧ରେ ଦେଖାଯାଇଥିବା ପ୍ରଥମ ଦଳକା ପବନର ବେଗ ଥିଲା ଘଣ୍ଟା ପ୍ରତି ୮୧ କିମି। ଏହା ମାତ୍ର ୩ ମିନିଟ୍ ପ୍ରବାହିତ ହୋଇଥିଲା। ଦ୍ବିତୀୟ ଦଫାରେ ପବନ ମାତ୍ର ୧ ମିନିଟ୍ ପ୍ରବାହିତ ହୋଇଥିଲେ ମଧ୍ୟ ଏହାଦ୍ବାରା ଅନେକ ବଡ଼ ଗଛ ଉପୁଡ଼ି ପଡ଼ିଥିଲା।