କଂଗ୍ରେସ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ
କଟକ ନଗର କଂଗ୍ରେସ ପକ୍ଷରୁ ଆରଡିସି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।
ଆଳୁ, ପନିପରିବା, ଡାଲି ଏବଂ ତେଲ ପରି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ବିରୁଦ୍ଧରେ ଆଜି କଟକ ନଗର କଂଗ୍ରେସ ପକ୍ଷରୁ ଆରଡିସି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଆରଡିସି ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟପଟେ ବିଜେପି ସରକାର ଆସିଲା ପରେ ଓଡ଼ିଶାରେ ଏମିତି ସବୁ ଜିନିଷର ଅହେତୁକ ଦରଦାମ ବୃଦ୍ଧି ହେଉଛି। ଲୋକଙ୍କୁ ଭଣ୍ଡେଇ ଭୋଟ ନେଇ ସରକାର ଗଠନ କରିଛି ବିଜେପି ସରକାର ହେଲେ ଗରିବ ଖଟି ଖିଆ ଲୋକଙ୍କ କଥା କେବେ ବୁଝିବ ଯଦି ପନିପରିବା ଦରଦାମ ଏମିତି ଦିନକୁ ଦିନ ବୃଦ୍ଧି ପାଉଥିବା ତେବେ ଜଣେ ଗରିବ ଲୋକ ଅଳ୍ପ ରୋଜଗାର ରେ ପରିବାର ଚଳାଇବା କଷ୍ଟକର ହୋଇପଡିବ। ଯଦି ସରକାର ପନିପରିବା ଏବଂ ଡାଲି, ତେଲ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ନ ଲଗାଇବେ ତେବେ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ବୋଲି କହିଛନ୍ତି କଟକ ନଗର କଂଗ୍ରେସର ପୂର୍ବତନ ସଭାପତି ଗିରିବାଳା ବେହେରା।