୪୫ କିଲୋଗ୍ରାମର ଚକୋଲେଟ୍‌ ଗରିଲା ନିର୍ମାଣ

୪୫ କିଲୋଗ୍ରାମର ଚକୋଲେଟ୍‌ ଗରିଲା ନିର୍ମାଣ

ଇଂଲଣ୍ଡର ବ୍ରିଷ୍ଟଲଠାରେ ଅବସ୍ଥିତ ବିଶ୍ୱର ପ୍ରାଚୀନତମ ପ୍ରାଦେଶିକ ଚିଡ଼ିଆଖାନା ପରିସରରେ ଚକୋଲେଟ୍‌ରେ ଖୋଦେଇ ହୋଇଥିବା ଏକ ବିଶାଳକାୟ ଗରିଲା ଏବେ ଶୋଭାପାଉଛି । ୪୫ କିଲୋଗ୍ରାମ୍‌ ଓଜନ ଓ ଏକ ମିଟର ଉଚ୍ଚତା ବିଶିଷ୍ଟ ଏହି ଗରିଲାକୁ ବେଡମିନିଷ୍ଟର ସ୍ଥିତ ଜରା’ସ ଚକୋଲେଟ୍‌ କମ୍ପାନି ପ୍ରସ୍ତୁତ କରିଛି । ଶିଳ୍ପୀ ଲେକ୍‌ଜେରାମ୍‌ ଏହି ଚକୋଲେଟ୍‌ ଗରିଲାର ରୂପରେଖ ପ୍ରସ୍ତୁତ କରିଛନ୍ତି ।
ଏହା ‘ଆଲଫ୍‌ରେଡ୍‌’ ନାମକ ମୃତ ଗରିଲାର ପ୍ରତିକୃତି । ଆଲଫ୍‌ରେଡ୍‌ ୧୯୩୦ରୁ ୧୯୪୮ରେ ମୃତ୍ୟୁ ପର୍ଯ୍ୟନ୍ତ ଏହି ଚିଡ଼ିଆଖାନାରେ ଦର୍ଶକମାନଙ୍କୁ ମନୋରଂଜନ ଯୋଗାଉଥିଲା । ସେ ଉକ୍ତ ଚିଡ଼ିଆଖାନାର ଏତେ ଲୋକପ୍ରିୟ ସଦସ୍ୟ ଥିଲା ଯେ ତାହାର ଏକ ସ୍ମୃସନ୍ତକ ଭାବେ ଚକୋଲେଟ୍‌ ଗରିଲା ନିର୍ମାଣ କରାଯାଇଛି । ଆସନ୍ତା ଅକ୍ଟୋବର ମାସ ଶେଷ ଯାଏ ସେଠାରେ ଏହି ଚକୋଲେଟ୍‌ଗରିଲା ପ୍ରଦର୍ଶିତ ହେବ । ଅକ୍ଟୋବର ଶେଷ ଆଡ଼କୁ ଉକ୍ତ ଚକୋଲେଟ୍‌ ଗରିଲାକୁ ସଂପୂର୍ଣ୍ଣ ଭଙ୍ଗାଯାଇ ସର୍ବସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଯିବ ବୋଲି ଜଣାଯାଇଛି ।