ରେଲଓ୍ବେ ଟ୍ରାକ ଉପରକୁ ଚଢିଗଲା ବସ୍

ରେଲଓ୍ବେ ଟ୍ରାକ ଉପରକୁ ଚଢିଗଲା ବସ୍

ସମ୍ବଲପୁର : ସମ୍ବଲପୁରରେ ରାସ୍ତାରୁ ମାଡ଼ି ଆସି ରେଲଓ୍ବେ ଟ୍ରାକ ଉପରକୁ ଚଢିଗଲା ଘରୋଇ ବସ୍ । ଦୁର୍ଘଟଣାଗ୍ରସ୍ତ ବସଟି ଟ୍ରାକ୍ ଉପରେ ରହିଯିବାରୁ ଅଟକି ରହିଲା ଟ୍ରେନ୍। ତେବେ ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବା ବେଳେ ହେଲପରଙ୍କ ଗୋଡ ଛିଣ୍ଡିଯାଇଥିବା ସୂଚନା ମିଳିଛି। ଏଭଳି ଦୁର୍ଘଟଣା ସମ୍ବଲପୁର ଲକ୍ଷ୍ମୀ ଡୁଙ୍ଗୁରି ନିକଟ​‌ରେ ଘଟିଛି। ସ୍ଥାନୀୟଲୋକ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଥିବା ଜଣାପଡିଛି।
ନଡିଆ ରାଣୀ ନାମକ ଏହି ବସଟି ଭୁବନେଶ୍ୱରରୁ ବରଗଡ ଅଭିମୁଖେ ଯାଉଥିଲା । ତେବେ ଭାରସାମ୍ୟ ହରାଇ ଲକ୍ଷ୍ମୀଡୁଙ୍ଗୁରି ନିକଟରେ ରାସ୍ତା କଡରେ ଥିବା ଲୁହାବାଡ଼ ଭାଙ୍ଗି ରେଳଧାରଣା ଉପରକୁ ମାଡି ଯାଇଥିବା ଦେଖିବାକୁ ମିଳିଛି । ବସ୍‌ଟି ଆଗ ଭାଗଟି ସମ୍ପର୍ଣ୍ଣ ଭାଙ୍ଗିଯାଇଥିଲା। ଏହି ସମୟରେ ହୀରାକୁଦ ରେଳଷ୍ଟେସନରୁ ସମ୍ବଲପୁର ଅଭିମୁଖେ ଏକ ମାଲଗାଡି ଆସୁଥିବା ବେଳେ ଲୋକୋ ପାଇଲଟ ଦୁର୍ଘଟଣା ବିଷୟରେ ସୂଚନା ପାଇ ମାଲଗାଡିକୁ ଅଟକାଇ ଦେଇଥିଲେ । ଫଳରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିଲା ।