ATM ଲୁଟେରା ଏନକାଉଣ୍ଟର ନେଇ ପୋଲିସ କମିଶନରଙ୍କ ପ୍ରେସମିଟ୍

ବିହାରୀ ଗ୍ୟାଙ୍ଗ ସାରା ଦେଶରେ ବୁଲି ବୁଲି ATM ଲୁଟ କରନ୍ତି. ଦୀପକ କୁ ଏନକାଉଣ୍ଟର କରିଥିବା ବେଳେ ତାର ଦୁଇ ସହଯୋଗୀ ଗିରଫ ହୋଇଛନ୍ତି. ଦୁଇ ସହଯୋଗୀ ହେଲେ ଦୀପକ ପାଣ୍ଡେ ଓ ଅଭିଷେକ ସିଂ . ଏହି ଗ୍ୟାଙ୍ଗ ନାମରେ ବିହାର ରେ 2, ଝାଡାଖଣ୍ଡ ରେ ଗୋଟେ, ଓଡିଶା ରେ 4 ଟି କେସ ରହିଛି. ସେ ଭିତରୁ ପୁରୀ ରେ ଦୁଇଟା ଭୁବନେଶ୍ୱର ରେ ଦୁଇଟା କେସ ଅଛି. ଗତକାଲି ପୁରୀ ରେ ଏକ ATM ରୁ ସମାନ ଢଙ୍ଗରେ ଟଙ୍କା ଲୁଟିବା ପରେ ଭୁବନେଶ୍ୱର ଆସିଥିଲେ. ବ୍ରହ୍ମଶ୍ୱର ପାଟଣା ଅଂଚଳରୁ ଲୁଟିବା ପାଈଁ ଯୋଜନା କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ. ପୋଲିସ କୁ ଦେଖି ପ୍ରଥମେ ଦୀପକ କୁମାର ଗୁଳି ଚଳାଇ ଥିଲା. ଯାହାର ପାଲଟା ଜବାବ ଦେଇଥିଲା ପୋଲିସ. ଦୀପକ କୁମାର ର ବାମ ଗୋଡ଼ ରେ ଗୁଳି ବାଜିଥିଲା. ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏମ୍ସ ରେ ଭର୍ତି କରାଯାଇଛି. ଗ୍ୟାଙ୍ଗ ପାଖରୁ ଏକ ଦାମୀ କାର, ବନ୍ଧୁକ, ଗୁଳି, ଏକାଧିକ ATM କାର୍ଡ, ଅଠା ଜବତ କରାଯାଇଛି. ଗତ ତିନି ଧରି ଏହି ଗ୍ୟାଙ୍ଗ ଭୁବନେଶ୍ୱର ରେ ବୁଲୁଥିଲେ. ଲୁଟ ପରେ ଏମାନେ ନିଜର କାର ଯୋଗେ ଚମ୍ପଟ ମାରିଥାନ୍ତି।