ଉତ୍କଳ ବିଶ୍ୱବିଦ୍ୟାଳୟକୁ ପୁଣି ଆସିବ ନାକ୍ ଟିମ୍
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟକୁ ପୁଣି ଆସିବ ନାକ୍ ଟିମ୍ । ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଥିବା ନାକ୍ ମାନ୍ୟତାର ପୁଣି ସମୀକ୍ଷା ହେବ । ଉତ୍କଳ ବିଶ୍ୱବିଦ୍ୟାଳୟକୁ ପୂର୍ବରୁ ‘ଏ ପ୍ଲସ୍’ ମିଳିଥିବା ବେଳେ ଏବେ କାହିଁକି ‘ଏ’ ମିଳିଲା ତାର ଉପଯୁକ୍ତ ଭାବେ ଆଉ ଥରେ ଯାଞ୍ଚ ହେବ । ସେପ୍ଟେମ୍ବର ଶେଷ ସପ୍ତାହ କିମ୍ବା ଅକ୍ଟୋବର ପ୍ରଥମ ସପ୍ତାହରେ ନାକ୍ ଟିମ୍ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଆସିବ ବୋଲି ଜଣାପଡ଼ିଛି । ହେଲେ ନାକ୍ ଟିମ୍ ଆସିବା ବେଳକୁ ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡିକ ପୂରଣ ହୋଇଥିବ, ନା ଅସ୍ଥାୟୀ ଭାବେ ଅତିଥି ଅଧ୍ୟାପକ ଦ୍ୱାରା ପୂରଣ କରାଯିବ । ଏହା କେବଳ ଉତ୍କଳ ବିଶ୍ୱବିଦ୍ୟାଳୟ ନୁହଁ, ନାକ୍ ଟିମ୍ ଆସିବାକୁ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର ଚିନ୍ତା ବଢାଇଛି ।
ସେହିପରି ସେପ୍ଟେମ୍ବର ୧୨ରୁ ୧୪ ତାରିଖ ପର୍ୟ୍ୟନ୍ତ ନାକ୍ ଟିମ୍ ଫକୀରମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବ ।




admin 