‘ଦି କେରଳ ଷ୍ଟୋରି’: ରିଲିକ୍ ଉପରେ ଲାଗିବନି ରୋକ୍
ନୂଆଦିଲ୍ଲୀ: ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’ର ରିଲିଜ୍ ଉପରେ ରୋକ୍ ଲଗାଇବାପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଇସ୍ଲାଇମିକ ଷ୍ଟେଟ୍ (ଆଇଏସ୍) ଏବଂ ଧର୍ମାନ୍ତରୀକରଣ ବିଷୟବସ୍ତୁ ଉପରେ ଆଧାରିତ ଏହି ଫିଲ୍ମ କେରଳ ଷ୍ଟୋରିର ରିଲିକ୍ ଉପରେ ରୋକ୍ ଲଗାଇବାକୁ କୋର୍ଟ ମନା କରିଦେଇଛନ୍ତି। ଜଷ୍ଟିସ କେଏମ୍ ଜୋସେଫ୍ ଏବଂ ବିଭି ନାଗରତ୍ନାଙ୍କ ଖଣ୍ଡପୀଠଙ୍କ ନିକଟରେ ଆଜି ଏହି ମାମଲାର ଜରୁରୀ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେନି ବୋଲି ମନା କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ପ୍ରଥମେ ଆବେଦନକାରୀ ହାଇକୋର୍ଟକୁ ଯାଆନ୍ତୁ। ଆମେ ଏହି ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରିପାରିବୁନି। ପ୍ରଥମେ ହାଇକୋର୍ଟ ଯିବାପାଇଁ ଖଣ୍ଡପୀଠ କହିଛନ୍ତି।
ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ଏହି ଚଳଚ୍ଚିତ୍ର ହେଉଛି ଅତି କଦର୍ଯ୍ୟ ଧରଣର ଘୃଣା ଭାଷଣ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଏକ ଅଡିଓ-ଭିଜୁଆଲ ପ୍ରୋପାଗଣ୍ଡା । ତେବେ ଖଣ୍ଡପୀଠ କହିଛନ୍ତି, ବିଭିନ୍ନ ପ୍ରକାର ଘୃଣା ଭାଷଣ ରହିଛି। ଫିଲ୍ମକୁ ବୋର୍ଡ ଦ୍ବାରା ମଂଜୁରି ମିଳି ସାରିଛି। ତେଣୁ ଚଳଚ୍ଚିତ୍ର ରିଲିଜ୍କୁ ଚ୍ୟାଲେଂଜ କରିବାକୁ ଚାହୁଥିଲେ ଉପଯୁକ୍ତ ମଞ୍ଚରେ ଏହାର ପ୍ରମାଣପତ୍ରକୁ ଚ୍ୟାଲେଂଜ କରାଯିବା ଉଚିତ। ଜଷ୍ଟିସ ନାଗରତ୍ନା କହିଛନ୍ତି, ଆବେଦନକାରୀ ପ୍ରଥମେ ହାଇକୋର୍ଟ ଯିବା ଉଚିତ। ଉଲ୍ଲେଖଯୋଗ୍ୟ, କେରଳ ଫିଲ୍ମ ଷ୍ଟୋରିକୁ ନେଇ ବିବାଦ ହୋଇଥିଲା। କେରଳରେ ୩୨ ହଜାର ମହିଳା ଲଭ୍ ଜିହାଦର ଶିକାର ହୋଇ ଇସଲାମ ଧର୍ମ ଗ୍ରହଣ କରିଛନ୍ତି ବୋଲି ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିବାପରେ ଏହାକୁ ନେଇ ବିବାଦ ବଢ଼ିଥିଲା। ପରେ ଏହି ବିବାଦୀୟ ଅଂଶକୁ କାଟିଦିଆଯାଇଛି।




admin 