ସନବର୍ନ ସ୍ପ୍ରେ....

ଭୁବନେଶ୍ୱର: ଖରାଦିନରେ ଆସିଲେ ସମସ୍ତେ ନିଜ ଚେହେରାକୁ ନେଇ ଚିନ୍ତିତ ହୋଇଯାଇଥାନ୍ତି । ଏହା ମଧ୍ୟ ହେବା କଥା, କାରଣ ଖରାରେ କେଉଁ ସ୍ଥାନକୁ ଗଲେ କଳା ପଡିଯାଇଥାନ୍ତି ଓ ଶରୀରରେ ସନବର୍ନ ହୋଇଯାଇଥାଏ । ସୂର୍ଯ୍ୟଙ୍କ ଟାଣ ଖରାରେ ଏହି ସବୁ ସମସ୍ୟା ଦେଖାଯାଇଥାଏ । ଏହାର ନିରାକରଣ ପାଇଁ ଆମେ ଏକ ସନସ୍ପ୍ରେ ବିଷୟରେ କହିବୁ ଯାହାକୁ ଲଗାଇବା ଦ୍ୱାରା ଆପଣଙ୍କୁ ସତେଜ ଲାଗିବା ସହ ଏହି ସବୁ ସମସ୍ୟା ଦୂରେଇ ଯିବ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ...
ସାମଗ୍ରୀ: ଆଲୋଭେରା ଜେଲ – ୧/୨ କପ୍, ୱିଚ୍ ହେଜଲ୍ ହାଇଡ୍ରୋସୋଲ ଲିକ୍ୟୁଡି – ୧/୪ କପ୍, ଅଖରୋଟ ପାଉଡର – ୧ ଚାମଚ, ଲ୍ୟାଭେଣ୍ଡର ଏସେନସିଆଲ ଅଏଲ୍ – ୭ରୁ ୮ ବୁନ୍ଦା, ପେପରମିଣ୍ଟ ଏସେନସିଆଲ ଅଏଲ୍ – ୪ରୁ ୫ ବୁନ୍ଦା, କାମୋମାଇଲ୍ ଏସେନସିଆଲ ଅଏଲ୍ – ୪ରୁ ୫ ବୁନ୍ଦା
ନଡିଆ ତେଲ – ୨ରୁ ୩ ଚାମଚ
ପ୍ରସ୍ତୁତି:
ପ୍ରଥମେ ଏକ ଆଲୋଭେରାର ଚୋପା ଛଡାଇ ଜେଲ୍ ବାହାର କରି ଦିଅନ୍ତୁ । ଏହାପରେ ଏକ ପାତ୍ରରେ ଆଲୋଭେରା ଜେଲ୍ ସହ ୱିଚହେଜଲ ଓ ନଡିଆ ତେଲ ମିଶାଇ ଦିଅନ୍ତୁ । ଏହାପରେ ସେଥିରେ ଲାଭେଣ୍ଡର, ପେପରମିଣ୍ଟ, କାମୋମାଇଲର ଏସେନସିଆଲ ଅଏଲକୁ ଭଲରେ ମିଶାଇ ଦିଅନ୍ତୁ । ଏଥିରେ ଅଖରୋଟ ପାଉଡର ମିଶାଇ ଦିଅନ୍ତୁ । ଏହାକୁ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । ଏବେ ଏହି ମିଶ୍ରଣକୁ ଏକ ସ୍ପ୍ରେ ବୋତଲରେ ରଖି ଦିଅନ୍ତୁ । ଯେତେବେଳେ ଖରାରୁ ଘରକୁ ଆସୁଛନ୍ତି ସେତେବେଳେ ଏହାକୁ ସନବର୍ନ ସ୍ଥାନରେ ଲଗାନ୍ତୁ । ଏହାକୁ ଲଗାଇବା ପୂର୍ବରୁ ଭଲରେ ସେକ୍ କରିଦେବେ ଓ ଲଗାଇବେ । ଏହାକୁ ଲଗାଇବା ଦ୍ୱାରା ସତେଜ ଲାଗିଥାଏ ଓ ଏହି ସମସ୍ୟା ଦୂର ହୋଇଥାଏ ।