ଆଜିଠୁ ଆରମ୍ଭ ହେବ ଯୁକ୍ତ ୩ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ଆବେଦନ

ଆଜିଠୁ ଆରମ୍ଭ ହେବ ଯୁକ୍ତ ୩ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ଆବେଦନ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ୩ ଦ୍ୱିତୀୟ ପର୍ୟ୍ୟାୟ  ନାମଲେଖା ଆବେଦନ ଆରମ୍ଭ ହେବ ।  ୧୩ ତାରିଖ ଆବେଦନର ଶେଷ  ତାରିଖ ରହିଛି । ୧୪ ଓ ୧୫ ତାରିଖରେ  ଆବେଦନ ଫର୍ମ ସଂଶୋଧନ କରିବାକୁ  ସୁଯୋଗ ଦିଆଯିବ । ୨୨ ତାରିଖ ମଧ୍ୟାହ୍ନ  ୧୨ଟାରେ ପ୍ରୋଭିଜନାଲ୍‌ ସିଟ୍‌ ଆଲ୍‌ଟମେଣ୍ଟ  ପ୍ରକାଶିତ ହେବ । ଏଥିସହ ୱେଟ୍‌ଲିଷ୍ଟ  ମଧ୍ୟ ପ୍ରକାଶ ପାଇବ । ଚୟନ ହୋଇଥିବା  ଆବେଦନକାରୀମାନେ ୨୨ରୁ ୨୫ ତାରିଖ  ମଧ୍ୟରେ ଅନ୍‌ଲାଇନ୍‌ରେ ଆଡମିଶନ ଫି  ଦାଖଲ କରିବେ । ୨୩ରୁ ୨୬ ତାରିଖ  ମଧ୍ୟରେ ପ୍ରଥମ ରାଉଣ୍ଡ ନାମଲେଖା ହେବ ।  

୨୭, ୨୮ ତାରିଖରେ ୱେଟ୍‌ଲିଷ୍ଟରେ ଥିବା  ଆବେଦନକାରୀମାନେ ନିଜର କମନ୍‌  ଆପ୍ଲିକେଶନ ଫର୍ମ ସହ ସମସ୍ତ ଡକ୍ୟୁମେଣ୍ଟ  ଦାଖଲ କରିବେ । ଅକ୍ଟୋବର ୩ ତାରିଖ  ଅପରାହ୍ନ ୪ଟାରେ ୱେଟିଂ ମେରିଟ୍‌ ଲିଷ୍ଟ  ପ୍ରକାଶ ପାଇବ । ଅକ୍ଟୋବର ୫ ସୁଦ୍ଧା  କଲେଜ ଚୟନ କରିବେ। ୬ ତାରିଖରେ  ସଂଧ୍ୟା ୫ ଟା ମଧ୍ୟରେ ନାମଲେଖାଇବାର  ସୁଯୋଗ ମିଳିବ । 

ବିଭାଗ ପକ୍ଷରୁ  କୁହାଯାଇଛି, ଅନେକ ଛାତ୍ରଛାତ୍ରୀ ବିଭିନ୍ନ  କାରଣ ଯୋଗୁ ପ୍ରଥମ ପର୍ୟ୍ୟାୟରେ  ନାମଲେଖା ଆବେଦନ କରିପାରିନଥିଲେ । ତେଣୁ ସେମାନଙ୍କୁ ନାମଲେଖାଇବାର  ସୁଯୋଗ ଦିଆଯିବ ।