ସହରାଂଚଳରେ ବିଜେଡିକୁ ଭରଷା ବସ୍ତି ବାସିନ୍ଦାଙ୍କ ଭୋଟ: ମନମୋହନ ସାମଲ
ଭୁବନେଶ୍ୱର: ଶିକ୍ଷିତ ଲୋକଙ୍କ ଭୋଟ ଭାରତୀୟ ଜନତା ପାର୍ଟି ସହିତ ଅଛି, ଯଶ୍ୱସୀ ନରେନ୍ଦ୍ର ମୋଦିଙ୍କ ସହିତ ଅଛି ତେଣୁ ସହରାଂଚଳରେ ବିଜେଡିକୁ ଭରଷା ବସ୍ତି ବାସିନ୍ଦାଙ୍କ ଭୋଟ । ଭୁବନେଶ୍ୱରରେ ଯଦି ବସ୍ତି ବାସିନ୍ଦାମାନେ ବିଜେଡିକୁ ଭୋଟ ଦେବେ ନାହିଁ ତାହେଲେ ଭୁବନେଶ୍ୱରରେ ବିଜେଡି ୧୦ପ୍ରତିଶତ ଭୋଟ ମଧ୍ୟ ପାଇବ ନାହିଁ । ତେଣୁ କେବଳ ବସ୍ତି ବାସିନ୍ଦାଙ୍କ ଭୋଟ ପାଇବା ପାଇଁ ଠିକ ନିର୍ବାଚନ ଆଗରୁ ଏହି ପଟ୍ଟା ବଂଟା ନାଟକ । ନିର୍ବାଚନ ଆସିଲେ କେବଳ ନବୀନ ବାବୁଙ୍କର ବସ୍ତିବାସିନ୍ଦାଙ୍କ କଥା ମନେପଡେ । ୨୩ ବର୍ଷରେ ନବୀନ ବାବୁ ବସ୍ତିରେ ଗରିବ ଲୋକମାନେ କିଭଳି ରୁହନ୍ତି କେବେ ଥରେ ହେଲେ ବି ବୁଲିକି ଦେଖିଛନ୍ତି କି? କେମିତି ତାଙ୍କ ପ୍ରଶାସନ, ତାଙ୍କ ଦଳର କୁଜି ନେତାମାନେ ବସ୍ତିବାସିନ୍ଦାଙ୍କ ଉପରେ ଜୁଲମ କରନ୍ତି ବୋଲି । ଭୁବନେଶ୍ୱରରେ ବସ୍ତି ବାସିନ୍ଦାଙ୍କ ପାଇଁ ବାସଗୃହ ନିର୍ମାଣ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଥରେ ନୁହେଁ ଦୁଇ ଦୁଇ ଥର ଶୁଭ ଦେଇଛନ୍ତି । କିନ୍ତୁ ତାହା ସବୁ କେବଳ ଫଟୋ ଆଉ ଖବର କାଗଜରେ ସୀମିତ ହୋଇଛି । ଗୋଟିଏ ପ୍ରକଳ୍ପକୁ ବାରମ୍ବାର ଶୁଭ ଦେବା, ଗୋଟିଏ ଯୋଜନାକୁ ବାରମ୍ବାର ଘୋଷଣା କରିବାରେ ନବୀନ ବାବୁ ଦେଶରେ ଏକ ନମ୍ବର ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ଏବେ ସହରାଂଚଳରେ ବସ୍ତି ବାସିନ୍ଦାମାନଙ୍କୁ ଯେଉଁ କାଗଜ ଖଣ୍ଡିଏ ଦିଆଯାଉଛି ସେହି କାଗଜରେ ଲେଖାଯାଇଛି ଯେ, ଏହା ଏକ ଫର୍ମ ବୋଲି । ତା ତଳକୁ ଲେଖା ହୋଇଛି ଏହା ଏକ ପ୍ରମାଣ ପତ୍ର ବୋଲି ।




admin 