ଜଙ୍ଗଲ ରାଣୀଙ୍କ ଜଙ୍ଗଲ ସୁରକ୍ଷା

ଜଙ୍ଗଲ ରାଣୀଙ୍କ ଜଙ୍ଗଲ ସୁରକ୍ଷା

ନୂଆପଡ଼ା : ବର୍ଷେ କି ଦୁଇ ବର୍ଷ ନୁହେଁ , ଦୀର୍ଘ ୫୦ ବର୍ଷ ଧରି କାନ୍ଧରେ ଟାଙ୍ଗିଆ, ଅଂଟାରେ ଗାମୁଛା ବାନ୍ଧି ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ପଇଁତରା ମାରି ଜଙ୍ଗଲକୁ ସୁରକ୍ଷା ଯୋଗାଇ ଆସୁଛନ୍ତି ନୂଆପଡ଼ା ଜିଲ୍ଲା ସିନାପାଲି ଫରେଷ୍ଟ ରେଞ୍ଜର କାପସି ଗ୍ରାମର ହୀରାନ୍ଦ୍ରୀ ମାଝି ।

ଏହି ଆଦିବାସୀ ମହିଳାଙ୍କ ସହ ୧୧ଏକରରୁ ଉଦ୍ଧ୍ୱର୍ ଅଂଚଳରେ ପରିବ୍ୟାପ୍ତ କରାଡ଼ୁଙ୍ଗରୀ ସଂରକ୍ଷିତ ଜଙ୍ଗଲ ସହ ସମ୍ପର୍କ ଅତି ନିବିଡ଼ । ଏଥିପାଇଁ ସେ ଜଙ୍ଗଲରାଣୀ ଭାବେ ବେଶ୍ ପରିଚିତ। ସିଏ ହେଉଛନ୍ତି ଏ ଅଂଚଳର ସବୁଜ ସେନାନୀ । ସୂଚନା ଅନୁସାରେ ତାଙ୍କ ପାଇଁ କରାଡ଼ୁଙ୍ଗରୀ ଜଙ୍ଗଲ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିନି ।