କୂଅ ଉଝାଳିବା ବେଳେ ଚାଲିଗଲା ଜୀବନ
ହିନ୍ଦୋଳ : କୂଅ ଉଝାଳିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ଜଣେ ଗୁରୁତର। ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବୁହାଳିପାଳ ଗ୍ରାମରେ ଶନିବାର ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ବୁହାଳିପାଳ ଗ୍ରାମର ଅଭିନ ମୁଦୁଲି (୪ଠ ବର୍ଷ) ଓ ହଟିଆ ମୁଦୁଲି (୩୫ ବର୍ଷ) ଶନିବାର ସକାଳୁ ଏକ ଖୋଲା କୂଅରୁ ମାଟି ଉଝାଳିବା ପାଇଁ କୂଅ ଭିତରେ ପଶିଥିଲେ। କିଛି ସମୟ ମାଟି ଖୋଳିବା ପରେ ୨ ଜଣ ଯାକ କୂଅ ଭିତରେ ଅଚେତ ହୋଇଯାଇଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଅଭିନଙ୍କୁ ହିନ୍ଦୋଳ ଡାକ୍ତରଖାନା ଓ ହଟିଆଙ୍କୁ ରାସୋଳ ଡାକ୍ତରଖାନା ନେଇଥିଲେ। ଅଭିନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅପର ପକ୍ଷରେ ହଟିଆଙ୍କର ଚିକିତ୍ସା ଜାରି ରହିଛି।




user2 