ଲାଞ୍ଜିଗଡରେ ପୁଣି ଏକ ମାଓ ପୋଷ୍ଟର

ଲାଞ୍ଜିଗଡରେ ପୁଣି ଏକ ମାଓ ପୋଷ୍ଟର

 ଲାଞ୍ଜିଗଡରେ ପୁଣି ଏକ ମାଓ ପୋଷ୍ଟର
ଲାଞ୍ଜିଗଡ଼: ଦୀର୍ଘଦିନର ନିରବତା ପରେ ପୁଣି ଲାଞ୍ଜିଗଡରେ ଉପସ୍ଥିତି ଜାହିର କରିଛି ଲାଲବାହିନୀ । ପୁର୍ବରୁ ଲାଞ୍ଜିଗଡର ବିଭିନ୍ନ ଅଞ୍ଚଳରେ ଠିକାଦାର, କୁଜିନେତା ଓ ରାଜନେତାମାନଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଉଥିବା ବେଳେ ଆଜି ସକାଳୁ ଲାଞ୍ଜିଗଡ ଅଞ୍ଚଳରେ ପୁଣି ଏକ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଆଜି ସକାଳୁ ଲାଞ୍ଜିଗଡର ଜନଗହଳି ପୁର୍ଣ୍ଣ ବେଦାନ୍ତ କମ୍ପାନୀ ମେନଗେଟ ନିକଟରେ ଓ ବସନ୍ତପଡା ଠାରେ ଅନେକ ପୋଷ୍ଟର ଦେଖିବାକୁ ମିଳିଛି। ଲାଞ୍ଜିଗଡର ଜଣାଶୁଣା ଆଞ୍ଚଳିକ ବିକାଶ ପରିଷଦ ସଭାପତି ତଥା ବିଜେଡି ଦଳର ସକ୍ରିୟ ସଦସ୍ୟ ଶ୍ରୀଧର ପେସନିଆ, ଠିକାଦାର ବସନ୍ତପଡାର ରାଜେନ୍ଦ୍ର ମାଳି, ଚାଞ୍ଚେର ମାଝୀ, ରେଙ୍ଗୋପାଲ୍ଲୀର ସୁବାଷ ନାଏକ ଅଞ୍ଚଳରେ ଅନେକ ଅନ୍ୟାୟ ଓ ଅତ୍ୟାଚାର କରିବା ପୋଷ୍ଟରରେ ଉଲ୍ଲେଖ ଥିବା ବେଳେ ଶ୍ରମିକମାନଙ୍କୁ ମଧ୍ୟ ଶୋଷଣ କରୁଛନ୍ତି ବୋଲି ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି। ଏହି ସବୁ ଅନ୍ୟାୟ ଅତ୍ୟାଚାର ବନ୍ଦ ନକଲେ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ପୋଷ୍ଟର ଘୁମସର ବଶଂଧାରା ନାଗାବଳି ଡିଭିଜନର ମାଓନେତା ଉମାକାନ୍ତଙ୍କ ଦ୍ୱାରା ମରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।