ତଦନ୍ତ ବେଳେ ଇଡି ହାତରେ ଲାଗିଛି ଅର୍ଚ୍ଚନାଙ୍କ ଡାଏରୀ
ତଦନ୍ତ ବେଳେ ଇଡି ହାତରେ ଲାଗିଛି ଅର୍ଚ୍ଚନାଙ୍କ ଡାଏରୀ
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିର ତଦନ୍ତ ଜାରି ରହିଛି । ତଦନ୍ତ ବେଳେ ଇଡି ହାତରେ ଲାଗିଛି ଅର୍ଚ୍ଚନାଙ୍କ ଡାଏରୀ । ତେଣୁ ଅର୍ଚ୍ଚନାଙ୍କ ଡାଏରୀରେ କ’ଣ ରହିଛି ତାକୁ ନେଇ ସାଧାରଣରେ ଉକ୍ରଣ୍ଠା ପ୍ରକାଶ ପାଇଛି । ଡାଏରୀ ସହ ବିଭିନ୍ନ ବିଭିନ୍ନ ତଥ୍ୟ ଓ କାଗଜପତ୍ର ଇଡି ହାତରେ ଲାଗିଛି ।
ଅର୍ଚ୍ଚନାଙ୍କ ହନିଟ୍ରାପ ନେଇ ବଡ ବଡିଆଙ୍କ ଗୁମର ଡାଏରୀରେ ରହିଛି କି, ଏଭଳି ପ୍ରଶ୍ନକୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି । ସେପଟେ ଅର୍ଚ୍ଚନା ନାଗ ମାମଲାରେ ରାଜ୍ୟ ଫରେନସିକ୍ ଲ୍ୟାବରୁ ଖାଲି ହାତରେ ଫେରିଛନ୍ତି ଇଡି ଅଧିକାରୀ । ଅଧିକ ତଥ୍ୟ ସଂଗ୍ରହ କରିବାକୁ ରାଜ୍ୟ ଫରେନସିକ୍ ଲ୍ୟାବକୁ ଯାଇଥିଲା ଇଡି ଟିମ୍ ।
ହେଲେ ଏସଏଫଏସଏଲରୁ ଖାଲି ହାତରେ ଫେରିଛନ୍ତ ଇଡି ଅଧିକାରୀ । ଫରେନସିକ୍ ଲ୍ୟାବ୍ ରିପୋର୍ଟ ଦେବାର ବିଳମ୍ବ କରୁଥିବାରୁ ତଦନ୍ତରେ ବାଧା ସୃଷ୍ଟି ହେଉଥିବା କୁହାଯାଉଛି ।




admin 