ଠିକା କର୍ମଚାରୀ ସଂଘର ଆନ୍ଦୋଳନ

ଠିକା କର୍ମଚାରୀ ସଂଘର ଆନ୍ଦୋଳନ

 ଠିକା କର୍ମଚାରୀ ସଂଘର ଆନ୍ଦୋଳନ


ଭୁବନେଶ୍ୱର  : ଏମ୍‌ସ ସମ୍ମୁଖରେ ଠିକା କର୍ମଚାରୀ ସଂଘର ଧାରଣା । ୧୦ ଦଫା ଦାବି ନେଇ ଧାରଣାରେ ବସିଲେ ଚତୁର୍ଥ ଶ୍ରେଣୀ ବର୍ଗର କର୍ମଚାରୀ । ଖବର ଅନୁଯାୟୀ, ଶ୍ରମିକ ଛଟେଇ ବନ୍ଦ କରାଯାଉ, ଶ୍ରମିକ ମାନଙ୍କ ପାଖରୁ ୭୫୦ ଟଙ୍କା କାଟି ନିଆଯାଉଥିବା ବେଳେ ଯଥାଶୀଘ୍ର ତାହା ଫେରାଇ ଦିଆଯାଉ । ଶ୍ରମିକ ମାନଙ୍କୁ ସାଲେରି ସ୍ଲିପ, ଇଏସଆଇ , ଏପିଏଫ୍ ସହ ବୋନସ ସୁବିଧାରେ ସାମିଲ୍ ଆଦି ପ୍ରମୁଖ ଦାବୀ ନେଇ ଧାରଣାରେ ବସିଛନ୍ତି କର୍ମଚାରୀ ।

ଅନ୍ୟପଟେ ଲିଖିତ ପ୍ରତିଶ୍ରୁତି ସହ ଆଶ୍ୱାସନା ଦେଇଛନ୍ତି ହସ୍ପିଟାଲ କତୁର୍ପକ୍ଷ। ତେବେ କେତେଦୂର ସେମାନଙ୍କ ଦାବି ପୂରଣ ହେଉଛି । ସେନେଇ ଦ୍ବନ୍ଦରେ ଠିକା କର୍ମଚାରୀ ଥିବା କହିଛନ୍ତି । ଯଦି ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ପୁନର୍ବାର ଧାରଣା ଜୋର୍ ଧରିବ ବୋଲି ଚେତାବନୀ ଦେଇଛି ସଂଘ ।