ଖୁସି ଖବର, ଜୟପୁର ବିମାନବନ୍ଦରକୁ ମିଳିଲା ଲାଇସେନ୍ସ
ଖୁସି ଖବର, ଜୟପୁର ବିମାନବନ୍ଦରକୁ ମିଳିଲା ଲାଇସେନ୍ସ
ଭୁବନେଶ୍ୱର: ଆଦିବାସୀ ଅଧ୍ୟ୍ୟୁଷିତ କୋରାପୁଟ ଜିଲ୍ଲାକୁ ଖୁବଶୀଘ୍ର ବିମାନ ସଂଯୋଗ ସୁବିଧା ମିଳିବ । ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ କୋରାପୁଟର ଜୟପୁରସ୍ଥିତ ବିମାନ ବନ୍ଦରକୁ ଆଜି ‘ଏରୋଡ୍ରମ ଲାଇସେନ୍ସ’ ପ୍ରଦାନ କରାଯାଇଛି । ଭୁବନେଶ୍ୱର, ଝାରସୁଗୁଡ଼ା ଓ ରାଉରକେଲା ବିମାନ ବନ୍ଦର ପରେ ରାଜ୍ୟର ୪ର୍ଥ ବିମାନ ବନ୍ଦର ଭାବେ ଜୟପୁରକୁ ବିମାନ ଚଳାଚଳ ସମ୍ଭବପର ହୋଇପାରିବ ।
କେନ୍ଦ୍ର ସରକାରଙ୍କ ‘ଉଡାଣ’ ଯୋଜନାରେ ଜୟପୁର ବିମାନ ବନ୍ଦରକୁ ଖୁବଶୀଘ୍ର ବିମାନ ଚଳାଚଳ ସମ୍ଭବପର ହୋଇପାରିବ । ଦୀର୍ଘବର୍ଷ ଧରି ଜୟପୁର ବିମାନ ବନ୍ଦରକୁ କାର୍ୟ୍ୟକ୍ଷମ କରାଇବା ନିମନ୍ତେ ସ୍ଥାନୀୟ ଅଂଚଳ ଲୋକେ ଦାବି କରି ଆସୁଥିଲେ । ଏହି ବିମାନ ବନ୍ଦର କାର୍ୟ୍ୟକ୍ଷମ ହେଲେ ସମ୍ପୃକ୍ତ ଅଂଚଳର ବିକାଶ ସହ ପର୍ୟ୍ୟଟନ କ୍ଷେତ୍ରର ବିକାଶ ହୋଇପାରିବ ।କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଉଷା ପାଢ଼ୀ ଟ୍ୱିଟ୍ ମାଧ୍ୟମରେ ଜୟପୁର ବିମାନ ବନ୍ଦରକୁ ଲାଇସେନ୍ସ ମିଳିବା ନେଇ ଖୁସି ବ୍ୟକ୍ତ କରିବା ସହ ଓଡ଼ିଶା ଓ ଏୟାରପୋର୍ଟ ଅଥରିଟି ଅଧିକାରୀମାନଙ୍କୁ ପ୍ରଶଂସା କରିଛନ୍ତି । ଉଡ଼ାଣ ଯୋଜନାରେ ଖୁବଶୀଘ୍ର ଜୟପୁରକୁ ବିମାନ ଚଳପ୍ରଚଳ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।




admin 