କୋଭିଡ ନିୟମ ଯାଂଚ ଧରପଗଡକୁ ଜୋରଦାର : ଏହି ନିୟମ ସବୁ ନମାନିଲେ ଦେବାକୁ ପଡିବ ଜରିମାନା

କୋଭିଡ ନିୟମ ଯାଂଚ ଧରପଗଡକୁ ଜୋରଦାର : ଏହି ନିୟମ ସବୁ ନମାନିଲେ ଦେବାକୁ ପଡିବ ଜରିମାନା

 କୋଭିଡ ନିୟମ ଯାଂଚ ଧରପଗଡକୁ ଜୋରଦାର : ଏହି ନିୟମ ସବୁ ନମାନିଲେ ଦେବାକୁ ପଡିବ ଜରିମାନା
ଭୁବନେଶ୍ୱର: ବିଏମସି କୋଭିଡ ନିୟମ ଯାଂଚ ଧରପଗଡକୁ ଜୋରଦାର କରିଛି । ସହରର ବିଭିନ୍ନ ସ୍ଥାନରେ ବିଏମସିର ୪ଟି ସ୍କ୍ୱାର୍ଡ ଯାଂଚ ଅଭିଯାନ ଚଳାଇଛନ୍ତି । ମାର୍କେଟ ବିଲ୍ଡିଂ, ସହିଦନଗର, ଖାଓ ଗଳି, ଡମଣା, ବିଗବଜାର, ପଟିଆ ଇନ୍ଦ୍ରଧନୁ ମାର୍କେଟରେ ବିଏମସି ଟିମ ପହଁଚି କୋଭିଡ ନିୟମ ପାଳନ ହେଉଛି କି ନା, ତାର ଯାଂଚ କରିଛନ୍ତି । ତେବେ ମାସ୍କ ନପିନ୍ଧିବା , ସାମାଜିକ ଦୂରତା ନିୟମର ଖିଲାପ, ସାନିଟାଇଜର ବ୍ୟବହାର ନକରୁଥିବା କାରଣରୁ ବିଭିନ୍ନ ସ୍ଥାନରୁ ଜରିମାନା ଆଦାୟ କରାଯାଇଛି । କେନ୍ଦ୍ରୀୟ ସ୍କ୍ୱାର୍ଡ ୧୦ ହଜାର ୫୦୦ ଟଙ୍କା ଜରିମାନା କଷିଛି । ଦକ୍ଷିଣ ପୂର୍ବ ଜୋନ ୫୫୦୦, ଦକ୍ଷିଣ ପଶ୍ଚିମ ଜୋନରୁ ୨୫୦୦ ଓ ଉତର ଜୋନରୁ ୫୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ଦିନକରେ ୨୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।