୨୪ ଘଣ୍ଟାରେ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

୨୪ ଘଣ୍ଟାରେ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

 ୨୪ ଘଣ୍ଟାରେ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ଚିନ୍ତା ବଢାଉଛି ଡେଙ୍ଗୁ । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧ହଜାର ୧୧୩କୁ ବୃଦ୍ଧି ପାଇଛି । ଏଥିପାଇଁ ରାଜ୍ୟରେ ସଫେଇ ଓ ସଚେତନତା କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି । ୧୨ହଜାର ୮୮୬ଟି ଘରେ ସର୍ଭେ କରି ୫୩ହଜାର ୮୦୬ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି ଓ ୩୬ ହଜାର ୪୦୧ଟି ସ୍ଥାନରେ ଲାର୍ଭା ଚିହ୍ନଟ ହୋଇ ନଷ୍ଟ କରାଯାଇଛି ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି । ଏହା ସହ ରାଜ୍ୟରେ ଡେଙ୍ଗୁରୁ ୭୯୩ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟଭ କେସ୍ ରହିଛି ୩୨୦ ।